ମାଲକାନଗିରି: ମାଓ ଭୟରେ ଗାଁ ଛାଡ଼ିଲେ ୬୦ ପରିବାର

ମାଲକାନଗିରି: ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଶତାଧିକ ଲୋକ। ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଓ ପଣସପୁଟ ଗାଁର ୬୦ଟି ପରିବାରର ସଦସ୍ୟମାନେ ଆଜି ଗାଁ ଛାଡ଼ି ମାଲକାନଗିରିରେ ପହଞ୍ଚିଥିଲେ ଓ ଏସପିଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରାଧ କରିଥିଲେ। ଏହି ଲୋକମାନେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ମାଓବାଦୀମାନେ ବିଚ୍ଛିନ୍ନାଞ୍ଚଳରେ ୨ ଜଣଙ୍କୁ ହତ୍ୟା କରିବା ସହ ବହୁ ଘର ପୋଡ଼ି ଦେଇଛନ୍ତି। ଗାଁ ଲୋକଙ୍କୁ […]

malkangiri

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 11:54 AM IST

ମାଲକାନଗିରି: ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଶତାଧିକ ଲୋକ। ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଓ ପଣସପୁଟ ଗାଁର ୬୦ଟି ପରିବାରର ସଦସ୍ୟମାନେ ଆଜି ଗାଁ ଛାଡ଼ି ମାଲକାନଗିରିରେ ପହଞ୍ଚିଥିଲେ ଓ ଏସପିଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରାଧ କରିଥିଲେ। ଏହି ଲୋକମାନେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ମାଓବାଦୀମାନେ ବିଚ୍ଛିନ୍ନାଞ୍ଚଳରେ ୨ ଜଣଙ୍କୁ ହତ୍ୟା କରିବା ସହ ବହୁ ଘର ପୋଡ଼ି ଦେଇଛନ୍ତି। ଗାଁ ଲୋକଙ୍କୁ ମାଡ଼ ମାରିବା ସହିତ ହତ୍ୟା ଧମକ ବି ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ଗାଁ ଛାଡ଼ି ପଳାଇ ଆସିଛନ୍ତି ବୋଲି ଏସପିଙ୍କୁ ଜଣାଇଥିଲେ।

Related story