ମାଲେସିଆରେ ନିର୍ଯାତିତ ହେଉଛନ୍ତି ଗଞ୍ଜାମର ୨୮ ଯୁବକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ବିଦେଶରେ ଦିଆଯାଉଛି ନିର୍ଯାତନା। ଖଲିକୋଟ ବ୍ଲକ ପରେ ଏବେ ଏଭଳି ଅଭିଯୋଗ ଆସିଛି ପାତ୍ରପୁର ବ୍ଲକ ଅଞ୍ଚଳରୁ। ଏହି ବ୍ଲକର ୨୮ଜଣ ଯୁବକ ମାଲେସିଆର ବିନାଙ୍ଗ ଓ ପୁଲିଙ୍ଗ ସହରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ମଧ୍ୟସ୍ଥି ସାଜିଥିବା ଦଲାଲକୁ ଗିରଫ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଏଦିଗରେ […]

brahmapura

brahmapura

Rakesh Mallick
  • Published: Friday, 12 June 2015
  • Updated: 12 June 2015, 02:26 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ବିଦେଶରେ ଦିଆଯାଉଛି ନିର୍ଯାତନା। ଖଲିକୋଟ ବ୍ଲକ ପରେ ଏବେ ଏଭଳି ଅଭିଯୋଗ ଆସିଛି ପାତ୍ରପୁର ବ୍ଲକ ଅଞ୍ଚଳରୁ। ଏହି ବ୍ଲକର ୨୮ଜଣ ଯୁବକ ମାଲେସିଆର ବିନାଙ୍ଗ ଓ ପୁଲିଙ୍ଗ ସହରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ମଧ୍ୟସ୍ଥି ସାଜିଥିବା ଦଲାଲକୁ ଗିରଫ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଏଦିଗରେ ପଦକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ପାତ୍ରପୁର ବ୍ଲକର ଭେଜିପଦର, ଜୟନ୍ତପୁର, କେଶରିପଡ଼ା, ପାତ୍ରପୁର, ବନଶୋଲା ଆଦି ଗ୍ରାମର ୩୨ଜଣ ଯୁବକ ମାଲେସିଆର ବିନାଙ୍ଗ ଓ ପୁଲିଙ୍ଗ ସହରକୁ କାମ କରିବାକୁ ଯାଇଥିଲେ। କେଶରିପଡ଼ା ଗ୍ରାମର ବି. ଦାଶରଥୀ ନାମକ ଜଣେ ବ୍ୟକ୍ତି ଏଥିରେ ଦଲାଲ୍ ସାଜି ଥିଲା। ଏଥିପାଇଁ ସେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇଥିଲା। ଭଲ ଚାକିରି କରାଇ ଦେବାର ଲୋଭ ଦେଖାଇ ଦାଶରଥୀ ସେମାନଙ୍କୁ ସେଠାକୁ ପଠାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି।

୩ରୁ ୪ ମାସ ତଳେ ଏହି ୩୨ଜଣ ଯୁବକ ମାଲେସିଆ ଯାଇଥିଲେ। ସେମାନଙ୍କ ମଧ୍ୟରୁ ସେଠାରେ ଜଣଙ୍କର ମୃତ୍ୟୁ ଘଟି ସାରିଛି। ଆଉ ତିନି ଜଣ ଘରକୁ ଫେରି ଆସିଛନ୍ତି। ତେବେ ବାକି ଯୁବକମାନଙ୍କୁ ଗତ କିଛି ଦିନ ହେଲା ସେମାନଙ୍କୁ ଆର୍ଥିକ, ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଛଡ଼ା ଯାଉ ନାହିଁ। ଫୋନରେ କଥା ହେବାକୁ ଦିଅଯାଉ ନାହିଁ। ପ୍ରତିବାଦ କଲେ ଖାଇବାକୁ ନଦିଆଯାଇ କୋଠରୀରେ ବନ୍ଦ କରି ରଖାଯାଉଛି ବୋଲି ସେମାନଙ୍କ ପରିବାର ଅଭିଯୋଗ କରିଛନ୍ତି।

ଲେବର୍ କମିଶନ ଓ ଦିଲ୍ଲୀରେ ଅବସ୍ଥାପିତ ରେସିଡେନସି କମିଶନରଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୂର୍ବରୁ ଖଲିକୋଟ ବ୍ଲକର କିଛି ଯୁବକ ମାଲେସିଆରେ ନିର୍ଯାତିତ ହେଉଥିବା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos