ମାଲେସିଆ ଜେଲରେ ଓଡ଼ିଆ ଶ୍ରମିକ

କେନ୍ଦ୍ରାପଡା: ମାଲେସିଆରେ ଜଣେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହ ଗିରଫ କରାଯାଇ ଜେଲରେ ରଖାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗିରଫ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ନାଗପଡା ଗାଁର ଅଜୟ ବେହେରା। କିଛିବର୍ଷ ହେଲା ଅଜୟ ଚେନ୍ନାଇକୁ ଯାଇ କାମ କରୁଥିଲେ। ପରେ ଏକ ଘରୋଇ କମ୍ପାନୀ ଅଧୀନରେ ମାଲେସିଆ ଯାଇଥିଲେ। ତେବେ ଯେଉଁ କାମ ପାଇଁ ଯାଇଥିଲେ ସେଠାରେ ତାଙ୍କୁ ସେ କାମ ମିଳି ନ ଥିଲା। […]

kendrapada

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 10:36 AM IST

କେନ୍ଦ୍ରାପଡା: ମାଲେସିଆରେ ଜଣେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହ ଗିରଫ କରାଯାଇ ଜେଲରେ ରଖାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗିରଫ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ନାଗପଡା ଗାଁର ଅଜୟ ବେହେରା। କିଛିବର୍ଷ ହେଲା ଅଜୟ ଚେନ୍ନାଇକୁ ଯାଇ କାମ କରୁଥିଲେ। ପରେ ଏକ ଘରୋଇ କମ୍ପାନୀ ଅଧୀନରେ ମାଲେସିଆ ଯାଇଥିଲେ। ତେବେ ଯେଉଁ କାମ ପାଇଁ ଯାଇଥିଲେ ସେଠାରେ ତାଙ୍କୁ ସେ କାମ ମିଳି ନ ଥିଲା। ତାଙ୍କୁ ବାସନ ମାଜିବା କାର୍ଯ୍ୟରେ ନିୟୋଜିତ କରାଯିବା ସହ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ଅନ୍ୟ ଏକ କମ୍ପାନୀରେ ସେ ଯୋଗ ଦେଇଥିବାବେଳେ ପୂର୍ବ କମ୍ପାନୀର କୌଣସି ଏକ ଅଭିଯୋଗ କ୍ରମେ ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

Related story