ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ବର୍ଷା ଋତୁରେ ଜଳବାହିତ ରୋଗ ବିରୁଦ୍ଧରେ ସଚେତନତା ଅଭିଯାନ ଆରମ୍ଭ କଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଶେଷ କରି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ରୋଗ ବିରୁଦ୍ଧରେ ସାରା ରାଜ୍ୟରେ  ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ। ଶୁକ୍ରବାର ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହି ଅବସରରେ ମାଲେରିଆ, ଡେଙ୍ଗୁ ଓ ଡାଇରିଆ ରୋଗର ଲକ୍ଷଣ, କାରଣ ଏବଂ […]

Atanu-Sabyasachi

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 02:05 AM IST

ଭୁବନେଶ୍ୱର: ବର୍ଷା ଋତୁରେ ଜଳବାହିତ ରୋଗ ବିରୁଦ୍ଧରେ ସଚେତନତା ଅଭିଯାନ ଆରମ୍ଭ କଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଶେଷ କରି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ରୋଗ ବିରୁଦ୍ଧରେ ସାରା ରାଜ୍ୟରେ  ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ। ଶୁକ୍ରବାର ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହି ଅବସରରେ ମାଲେରିଆ, ଡେଙ୍ଗୁ ଓ ଡାଇରିଆ ରୋଗର ଲକ୍ଷଣ, କାରଣ ଏବଂ ନିରାକରଣ ଉପରେ ଲିଫଲେଟ୍, ପୋଷ୍ଟର ସହ ଭିଡିଓ କ୍ଲିପକୁ ଉନ୍ମୋଚନ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ ରାଜ୍ୟରେ ୫ବର୍ଷ ବୟସ ଭିତରେ ମୃତ୍ୟୁ ମୁଖରେ ପଡୁଥିବା ଶିଶୁଙ୍କ ଭିତରୁ ୨୦ପ୍ରତିଶତ ଡାଇରିଆରେ ମୃତ୍ୟୁବରଣ କରୁଥିବାରୁ ଏ ବର୍ଷ ଶିଶୁ ଡାଇରିଆ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story