ମାଲକାନାଗିରି: ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି

ମାଲକାନାଗିରି: ଲଗଣା ବର୍ଷା ଯୋଗୁ ମାଲକାନାଗିରି ଜିଲାରେ ଜନଗୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଞ୍ଚଳର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

malkanagiri

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 07:27 AM IST

ମାଲକାନାଗିରି: ଲଗଣା ବର୍ଷା ଯୋଗୁ ମାଲକାନାଗିରି ଜିଲାରେ ଜନଗୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଞ୍ଚଳର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଗତ ଦୁଇଦିନ ଧରି ଏଠାରେ ବର୍ଷା ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଛି । ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଲହଡି ମାରୁଛି । ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବିଶେଷ କରି କୋରକୋଣ୍ଡା ବ୍ଲକ ଅଞ୍ଚଳ ଅଧିକ ପ୍ରଭାବିତ ହେଉଛି । କୋରକୋଣ୍ଡା ବିଜ୍ର ଉପରେ ପ୍ରାୟ ୧୫ ଫୁଟ ଉଚ୍ଚର ପାଣି ଚାଲିଛି । ଗମନାଗମନ ସମସ୍ୟା ଦେଖାଦେଇଥିବା ବେଳେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସର୍ବଧିକ ୧୮୩ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥିତି ଆହୁରି ଗମ୍ଭିର ହେବାର ଆଶଙ୍କ ପ୍ରକାଶ ପାଇଛି ।

Related story