କୋଟିଏ ଟଙ୍କାର ଗଞ୍ଜେଇ ଗଛକୁ ଜାଳି ଦେଲା ପୋଲିସ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ଲକ୍ଷ୍ମଣପୁର ନିକଟସ୍ଥ ଜଙ୍ଗଲରେ ପ୍ରାୟ ପାଞ୍ଚ ଏକ ଜାଗାରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ୍। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୋଲିସ୍ କହିଛି।

ମାଲକାନଗିରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍‌ର ଏକ ଟିମ୍ ଗତକାଲି ରାତି ଅଧରେ ସେଠାରେ ଚଢ଼ାଉ କରିଥିଲା। ଗଞ୍ଜେଇ ଗଛଗୁଡ଼ିକୁ କାଟି ପରେ ସେଠାରେ ହିଁ ସେଗୁଡ଼ିକୁ ପୋଡ଼ି ଦିଆଯାଇଥିଲା।