ଆଉ କେତେ ଥର ଭୁଶୁଡ଼ିବ ଗୁରୁପ୍ରିୟା ସେତୁ?

ମାଲକାନଗିରି: ଗୁରୁପ୍ରିୟା ସେତୁ ହେଉଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଇଫ୍‌ଲାଇନ୍‌। ନିର୍ମାଣାଧୀନ ଏହି ସେତୁର ଗୋଟିଏ କଂକ୍ରିଟ ଗାର୍ଡର ଭୁଶୁଡ଼ି ପଡ଼ିଛି। ୧୦ ନମ୍ବର ଓ ୧୧ ନମ୍ବର ପାଇଲ ମଝିରେ ଥିବା କଂକ୍ରିଟ ଗାର୍ଡରଟି ଆଜି ଅପରାହ୍ଣ ୩ଟା ବେଳେ ଭୁଶୁଡ଼ି ପଡ଼ିଛି। ମାତ୍ର କୌଣସି ଶ୍ରମିକଙ୍କ କିଛି କ୍ଷୟକ୍ଷତି ଘଟିନାହିଁ। ଯେଉଁଠି ଗାର୍ଡ଼ର ଭୁଶୁଡିଛି ସେହି ସ୍ଥାନଠାରୁ ଅଳ୍ପ ଦୂରରେ ୫୦ରୁ ଅଧିକ ଶ୍ରମିକ କାମ କରୁଥିଲେ। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଶ୍ରମିକମାନେ […]

gurupriya

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 09:24 PM IST

ମାଲକାନଗିରି: ଗୁରୁପ୍ରିୟା ସେତୁ ହେଉଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଇଫ୍‌ଲାଇନ୍‌। ନିର୍ମାଣାଧୀନ ଏହି ସେତୁର ଗୋଟିଏ କଂକ୍ରିଟ ଗାର୍ଡର ଭୁଶୁଡ଼ି ପଡ଼ିଛି। ୧୦ ନମ୍ବର ଓ ୧୧ ନମ୍ବର ପାଇଲ ମଝିରେ ଥିବା କଂକ୍ରିଟ ଗାର୍ଡରଟି ଆଜି ଅପରାହ୍ଣ ୩ଟା ବେଳେ ଭୁଶୁଡ଼ି ପଡ଼ିଛି। ମାତ୍ର କୌଣସି ଶ୍ରମିକଙ୍କ କିଛି କ୍ଷୟକ୍ଷତି ଘଟିନାହିଁ। ଯେଉଁଠି ଗାର୍ଡ଼ର ଭୁଶୁଡିଛି ସେହି ସ୍ଥାନଠାରୁ ଅଳ୍ପ ଦୂରରେ ୫୦ରୁ ଅଧିକ ଶ୍ରମିକ କାମ କରୁଥିଲେ। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମାଓବାଦୀଙ୍କ ଭୟରେ କୌଣସି ଠିକାଦାର ଗୁରୁପ୍ରିୟା ସେତୁ କାମ କରିବାକୁ ରାଜି ହେଉନଥିଲେ। ମାତ୍ର କୋଲକାତାର ରୟାଲ ଇନଫ୍ରା ନାମକ ଏକ ଠିକା ସଂସ୍ଥା ରାଜି ହେବା ପରେ ୩ ବର୍ଷ ତଳେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କାମ ଆରମ୍ଭ ହେବା ପରେ ପାଇଲ ବଙ୍କା ହୋଇଯାଇଥିଲା। ଫଳରେ ସେତୁକୁ ନେଇ ଠିକା ସଂସ୍ଥା ଚିନ୍ତାରେ ପଡ଼ିଯାଇଥିଲା। ପରେ ସେତୁର ଡିଜାଇନ୍‌ର କିଛି ପରିବର୍ତ୍ତନ କରାଯାଇ ଷ୍ଟିଲ୍‌ ଗାର୍ଡ଼ର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଗାର୍ଡ଼ର ଭୁଶୁଡ଼ି ପଡ଼ିବାରୁ ଆସନ୍ତା ସେପ୍ଟେମ୍ୱରରେ କାମ ସରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Related story