ମାଲକାନଗିରି ଏନ୍‌କାଉଣ୍ଟର ସ୍ଥାନ ପରିଦର୍ଶନ କଲେ ପିଏଚ୍‌ଡି ଛାତ୍ରଛାତ୍ରୀ

ମାଲକାନଗିରି: ଦେଶର ୧୨ଟି ବିଶ୍ୱବିଦ୍ୟାଳୟର ୨୮ ଜଣ ପିଏଚ୍‌ଡି ଛାତ୍ରଛାତ୍ରୀମାନେ ଆଜି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ଯାଇଛନ୍ତି। ସେମାନେ ମାଓବାଦୀଙ୍କ ଏନ୍‌କାଉଣ୍ଟର ସ୍ଥାନ ବିଚ୍ଛିନ୍ନାଞ୍ଚଳ ପଣସପୁଟ୍‌ ନିକଟସ୍ଥ ବେଜିଂ ଜଙ୍ଗଲ ବୁଲି ଦେଖିଥିଲେ। ପରେ ମୃତକଙ୍କ ପରିବାର ଓ ଆଖାପାଖ ଗାଁ ଲୋକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ମଧ୍ୟ ଛାତ୍ରଛାତ୍ରୀମାନେ ବିଚ୍ଛିନ୍ନାଞ୍ଚଳରେ ରହିଥିବା ଜଣାପଡ଼ିଛନ୍ତି। ଗତ ମାସ ୨୪ ତାରିଖରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ୨୭ […]

malkangiri-ra-phd-student

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 06:55 PM IST

ମାଲକାନଗିରି: ଦେଶର ୧୨ଟି ବିଶ୍ୱବିଦ୍ୟାଳୟର ୨୮ ଜଣ ପିଏଚ୍‌ଡି ଛାତ୍ରଛାତ୍ରୀମାନେ ଆଜି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ଯାଇଛନ୍ତି। ସେମାନେ ମାଓବାଦୀଙ୍କ ଏନ୍‌କାଉଣ୍ଟର ସ୍ଥାନ ବିଚ୍ଛିନ୍ନାଞ୍ଚଳ ପଣସପୁଟ୍‌ ନିକଟସ୍ଥ ବେଜିଂ ଜଙ୍ଗଲ ବୁଲି ଦେଖିଥିଲେ। ପରେ ମୃତକଙ୍କ ପରିବାର ଓ ଆଖାପାଖ ଗାଁ ଲୋକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ମଧ୍ୟ ଛାତ୍ରଛାତ୍ରୀମାନେ ବିଚ୍ଛିନ୍ନାଞ୍ଚଳରେ ରହିଥିବା ଜଣାପଡ଼ିଛନ୍ତି।

ଗତ ମାସ ୨୪ ତାରିଖରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହାଛଡ଼ା ଆନ୍ଧ୍ରପ୍ରଦେଶ ଗ୍ରେ ହାଉଣ୍ଡର ଜଣେ ଯବାନ ସହିଦ୍‌ ହୋଇଥିଲେ।

Related story