ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରାଜୁ ମାଡକାମୀ, ଲୋକା କବୀସୀ, ଭୀମେ ମାଢୀ, ସୋମା ପଡିଆମୀ, ଦେବେ ମାଡକାମୀ। ଏମାନଙ୍କ ମଧ୍ୟରେ ଦୁଇ ମହିଳା ମାଓବାଦୀ ରହିଛନ୍ତି। ଆନ୍ଧ୍ର ଓ ଛତିଶଗଡର ବିଭନ୍ନ ମାଓ ହିଂସାରେ ସାମିଲ ଥିବା ସହ ମୋବାଇଲ ଟାୱାର ବ୍ଲାଷ୍ଟ, ନିର୍ବାଚନୀ ହିଂସା, ଏମପିଭି-୨୧ ନିର୍ବାଚନୀ ହିଂସା, ଦାମନଯୋଡ଼ି ଆକ୍ରମଣ ଓ ପୋଲିସ୍ ଇନଫୋର୍ମର ସନ୍ଦେହରେ ବହୁ ଲୋକଙ୍କୁ ହତ୍ୟା ପରି ଅନେକ ଘଟଣାରେ ସାମିଲ ଥିବା ପୋଲିସ କହିଛି। ତେବେ ପୂର୍ବରୁ ରାଜୁ ଓ ସୋମାଙ୍କ ପାଇଁ ଏକ ଲକ୍ଷ ଟଙ୍କ।ର ପୁରସ୍କାର ରାଶି ପୋଲିସ ଘୋଷଣା କରିଥିଲା। ମାଓବାଦୀ କ୍ୟାମ୍ପରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ଦଳ ଛାଡିଥିବା କହିଥିବାବେଳେ ସରକାରୀ ନିୟମ ଅନୁଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।