ମାଲକାନଗିରିରେ ବନ୍ୟା ପରିସ୍ଥିତି ସୁଧୁରୁଛି

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଫଳରେ ଉପୁଜିଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଗତ ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ଥିବା ବେଳେ ଏବେ ବିଭିନ୍ନ ସ୍ଥାନରୁ ପାଣି କମିବାରେ ଲାଗିଛି। ତେବେ କିଛି ସ୍ଥାନରେ ଏବେବି ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବ୍ୟାହତ ହୋଇଛି। ହେଲେ ବର୍ଷା ପରବର୍ତ୍ତୀ ସ୍ଥିତି ଲୋକଙ୍କ ଚିନ୍ତା ବଢାଇ ଦେଇଛି। କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଧୋଇଯାଇଛି […]

malkangiri

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 08:36 AM IST

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଫଳରେ ଉପୁଜିଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଗତ ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ଥିବା ବେଳେ ଏବେ ବିଭିନ୍ନ ସ୍ଥାନରୁ ପାଣି କମିବାରେ ଲାଗିଛି। ତେବେ କିଛି ସ୍ଥାନରେ ଏବେବି ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବ୍ୟାହତ ହୋଇଛି। ହେଲେ ବର୍ଷା ପରବର୍ତ୍ତୀ ସ୍ଥିତି ଲୋକଙ୍କ ଚିନ୍ତା ବଢାଇ ଦେଇଛି। କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଧୋଇଯାଇଛି ରାସ୍ତା। କାଲିମେଳା, କୋରୁକୋଣ୍ଡା ଓ କୁଡୁମୁଲୁଗୁମ୍ମା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ତାର୍ଲାକୋଟା, ପୋଟେରୁ, କନ୍ୟାଶ୍ରମ ପରି ଅନେକ ସ୍ଥାନରେ ଯେଉଁଠି ପୋଲ ଉପରେ ପାଣି ଚାଲୁଥିଲା, ସେଠି ସ୍ଥିତିରେ ସୁଧାର ଆସିଛି। ଜିଲ୍ଲା ଦେଇ ପ୍ରବାହିତ ପୋଟେରୁ, ସିଲେରୁ, ସାବେରୀ ଓ ସପ୍ତଧାରା ଆଦି ନଦୀରେ ଜଳସ୍ତର ଧୀରେ ଧୀରେ କମୁଛି।

Related story