ବାପାର ଠେଙ୍ଗା ମାଡ଼ରେ ପୁଅ ମୃତ

ସୋର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ୍ ବଡ଼ପୋଖରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ  ହୋଇଛି। ମୃତକ ହେଲେ ରାମ ସିଂଙ୍କ ପୁଅ ଜଙ୍ଗଲ।

ଅଭିଯୋଗ ଅନୁଯାୟୀ ଜମିଜମାକୁ କେନ୍ଦ୍ରକରି ରାମ ସିଂ ଓ ତାଙ୍କ ପୁଅ ଜଙ୍ଗଲଙ୍କ ମଧ୍ୟରେ ବିବାଦ ରହିଥିଲା। ଗତକାଲି ସନ୍ଧ୍ୟାରେ ରାମ ସିଂ ଓ ତାଙ୍କର ମଝିଆଁ ପୁଅ ବଟା ମିଶି ଜଙ୍ଗଲକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜଙ୍ଗଲକୁ ଗ୍ରାମବାସୀମାନେ ଉଦ୍ଧାର କରି ଔପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ହେଲେ ପରେ ଜଙ୍ଗଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଘଟଣାସ୍ଥଳରେ ନିଳିଗିରି ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।  ଔପଦା ଥାନାରେ ରାମ ସିଂ ଓ ବଟା ସିଂକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Ordigital Desk
• Published: Sunday, 12 November 2017
• Updated: 12 November 2017, 01:31 PM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ୍ ବଡ଼ପୋଖରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ  ହୋଇଛି। ମୃତକ ହେଲେ ରାମ ସିଂଙ୍କ ପୁଅ ଜଙ୍ଗଲ।

ଅଭିଯୋଗ ଅନୁଯାୟୀ ଜମିଜମାକୁ କେନ୍ଦ୍ରକରି ରାମ ସିଂ ଓ ତାଙ୍କ ପୁଅ ଜଙ୍ଗଲଙ୍କ ମଧ୍ୟରେ ବିବାଦ ରହିଥିଲା। ଗତକାଲି ସନ୍ଧ୍ୟାରେ ରାମ ସିଂ ଓ ତାଙ୍କର ମଝିଆଁ ପୁଅ ବଟା ମିଶି ଜଙ୍ଗଲକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜଙ୍ଗଲକୁ ଗ୍ରାମବାସୀମାନେ ଉଦ୍ଧାର କରି ଔପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ହେଲେ ପରେ ଜଙ୍ଗଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଘଟଣାସ୍ଥଳରେ ନିଳିଗିରି ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।  ଔପଦା ଥାନାରେ ରାମ ସିଂ ଓ ବଟା ସିଂକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos