ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଆଖି ବୁଜିଲେ ଶ୍ରମିକ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଶ୍ରମିକ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେରପଦର ଗାଁର ଜଗଦୀଶ ମିର୍ଦ୍ଧା। ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ଏକ ଲକ୍ଷ ତିରିଶ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଦେଇଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେଣୁ […]

bolangir-23

Jyoshna Pradhan
  • Published: Thursday, 13 December 2018
  • , Updated: 13 December 2018, 09:21 AM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଶ୍ରମିକ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେରପଦର ଗାଁର ଜଗଦୀଶ ମିର୍ଦ୍ଧା।

ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ଏକ ଲକ୍ଷ ତିରିଶ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଦେଇଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେଣୁ ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ସର୍ଦ୍ଦାର ଭଗବାନ ଏବଂ ଶାନ୍ତି ବରିହା ଜୋରଜବରଦସ୍ତ ଉଠାଇ ନେଇଥିଲେ।

ରାତି ସାରା ଜଗଦୀଶଙ୍କୁ ମାଡ଼ ମାରିବା ପରେ ତା’ପର ଦିନ ସକାଳେ ଅଚେତ ଅବସ୍ଥାରେ ଘର ସାମ୍ନାରେ ପକାଇ ଦୁଇ ଜଣ ସର୍ଦ୍ଦାର ଫେରାର୍ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ  ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଜଗଦୀଶଙ୍କ ପରିବାର ପକ୍ଷରୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Related story