ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟିପିଟି ମାରିଦେଲା ପୁଅ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟି ପିଟି ମାରି ଦେଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍  ତାଙ୍କ ପୁଅ ତଥା ଅଭିଯୁକ୍ତ  ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଓ ମାଂସ ତରକାରି ଖାଇବାକୁ  ତାଙ୍କ […]

kendrapara.jpg00

Tapaswini Nayak
  • Published: Saturday, 05 October 2019
  • , Updated: 05 October 2019, 09:27 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟି ପିଟି ମାରି ଦେଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍  ତାଙ୍କ ପୁଅ ତଥା ଅଭିଯୁକ୍ତ  ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଓ ମାଂସ ତରକାରି ଖାଇବାକୁ  ତାଙ୍କ ବୃଦ୍ଧ ବାପାଙ୍କୁ ମାଗିଥିଲେ। ତେବେ କୌଣସି କାରଣରୁ ତାଙ୍କ ବାପା ମାଂସ ରୋଷେଇ କରି ନ ଥିଲେ। ଏହାଶୁଣି ଜଗନ୍ନାଥଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ଏକ କାଠ ଫାଳିଆ ଆଣି ସେ ତାଙ୍କ ବାପାଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ପୁଅର ମାଡ଼ରେ ଘନଶ୍ୟାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା

ସୂଚନା ଅନୁଯାୟୀ,  ସକାଳେ ଜଗନ୍ନାଥ ଘରେ ମାଂସ ଦେଇ ଯାଇଥିଲେ। ତେବେ  ତାଙ୍କ  ସ୍ତ୍ରୀ ବାହାରକୁ କାମ କରିବାବୁ ଯାଇଥିବାରୁ ବାପାଙ୍କୁ  ମାଂସ ରୋଷେଇ କରିବାକୁ କହି କେଉଁଆଡ଼େ ଚାଲି ଯାଇଥିଲେ। ଆଉ ଫେରିବା ପରେ ଘଟାଇଥିଲେ ଏହି କାଣ୍ଡ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story