ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀ ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସାନଇନ୍ଦୁପର ଗାଁରେ ଅଭାବନୀୟ ଘଟଣା ଘଟିଛି।  ସ୍ୱାମୀଙ୍କୁ ଶାବଳରେ ପିଟି ସ୍ତ୍ରୀ ହତ୍ୟା କରିଛି। ମୃତକ ଜଣଙ୍କ ହେଲେ ଦାସିଆ ଦେହୁରୀ। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି।

ପରିବାରର କୌଣସି କଥାକୁ ନେଇ ଦାସିଆ ଓ ତାଙ୍କ ସ୍ତ୍ରୀ ଗୌରିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସ୍ତ୍ରୀ ଗୌରି ଉତ୍ତ୍ୟକ୍ତ ହୋଇ ଶାବଳରେ ଦାସିଆଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଦାସିଆଙ୍କ ମୃତ୍ୟୁ ହୋଇଥିଲା।  ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପୋଲିସ୍‌ ଗୌରିକୁ ଅଟକ ରଖି ପଚରାଉଚରା କରୁଛି।