ଟଙ୍କା ଝାମ୍ପି ନେବା ବେଳେ ଧରାପଡ଼ି ନିର୍ଧୁମ ଛେଚା ଖାଇଲା

ଜଳେଶ୍ୱର (ଅଜିତଦାସ): ସାର୍‌ଙ୍କଠାରୁ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରୁଥିବା ବେଳେ ଧରା ପଡ଼ିଗଲେ ଲୁଟେରା। ଆଉ ତା’ପରେ ଉପସ୍ଥିତ ଲୋକେ ତାକୁ କାବୁ କରି ନିର୍ଧୁମ ଛେଚିଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ପୁଲିସ ସମ୍ପୃକ୍ତ ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ପୁଲିସ ସମ୍ପୃକ୍ତ ଲୁଟେରାଙ୍କ ପରିଚୟ ପ୍ରକାଶ କରିନାହିଁ। ସରିଶ ଗାଁ ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ […]

t10-

t10-

Tapas Behera
  • Published: Saturday, 29 June 2019
  • Updated: 29 June 2019, 05:28 PM IST

ଜଳେଶ୍ୱର (ଅଜିତଦାସ): ସାର୍‌ଙ୍କଠାରୁ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରୁଥିବା ବେଳେ ଧରା ପଡ଼ିଗଲେ ଲୁଟେରା। ଆଉ ତା’ପରେ ଉପସ୍ଥିତ ଲୋକେ ତାକୁ କାବୁ କରି ନିର୍ଧୁମ ଛେଚିଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ପୁଲିସ ସମ୍ପୃକ୍ତ ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ପୁଲିସ ସମ୍ପୃକ୍ତ ଲୁଟେରାଙ୍କ ପରିଚୟ ପ୍ରକାଶ କରିନାହିଁ।

ସରିଶ ଗାଁ ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ କିସ୍କୁ ଆଜି ବସ୍ତା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୪୦ ହଜାର ଟଙ୍କା ଉଠାଇ ଚାଲି ଚାଲି ଘରକୁ ଫେରୁଥିଲେ। ବ୍ୟାଙ୍କଠାରୁ ୧୦୦ ମିଟର ଦୂରରେ ଜଣେ ଯୁବକ ତାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ପୂର୍ବରୁ ଷ୍ଟାର୍ଟରେ ଥିବା ବାଇକ୍‌ରେ ବସିବାକୁ ଚେଷ୍ଟା କରୁଥିଲା। ମାତ୍ର ସେ ବାଇକରେ ଠିକ ଭାବେ ବସିବା ପୂର୍ବରୁ ତା' ସାଥୀରେ ଆସିଥିବା ବାଇକ ଚାଳକ ପଳାଇ ଯାଇଥିଲେ। ଫଳରେ ଲୁଟେରା ଜଣକ ତଳେ ପଡ଼ି ଯାଇଥିଲେ। ଠିକ୍‌ ଏତିକି ବେଳେ ନାରାୟଣ ସାର୍‌ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସମ୍ପୃକ୍ତ ଲୁଟେରାକୁ କାବୁ କରିନେଇଥିଲେ ଓ ବିଚ୍‌ ରାସ୍ତାରେ ନିର୍ଧୁମ ଛେଚି ଥିଲେ। ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଲୁଟେରାଙ୍କ ସହିତ ଏହି ଘଟଣାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ସୂଚନାରୁ ପ୍ରକାଶ, ୪ ଜଣ ଯୁବକ ୨ଟି ଆପାଚି ବାଇକ୍‌ରେ ଆଜି ଲୁଟିବା ପାଇଁ ଆସିଥିଲେ। ଗାଡ଼ି ଷ୍ଟାର୍ଟରେ ରଖି ଜଣେ ଟଙ୍କା ବ୍ୟାଗ ଝାମ୍ପିବାକୁ ଯାଇଥିଲା। ସେଥିରେ ସେ କେତେକାଂଶରେ ସଫଳ ମଧ୍ୟ ହୋଇଥିଲା। ମାତ୍ର ସମୟ ତା'ର ସାଥ୍‌ ଦେଇନଥିଲା। ବସିବା ପୂର୍ବରୁ ଷ୍ଟାର୍ଟରେ ଥିବା ବାଇକ୍‌ ଚାଲି ଯାଇଥିଲା। ଅନ୍ୟ ଲୁଟେରାମାନେ ଘଟଣା ସ୍ଥଳରୁ ଦ୍ରୁତ ବେଗରେ ଚମ୍ପଟ ମାରିଥିଲେ। ପୁଲିସ ଏବେ ସେମାନଙ୍କୁ ଠାବ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos