ବୋଲେରୋକୁ ଧକ୍କା ଦେଲା ବାଇକ୍; ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର

ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଗୁମ୍ମାଘାଟି ଲାକୁବାଇ ନିକଟରେ  ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ତାଙ୍କ ଛୋଟ ଶିଶୁଟି ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଦମ୍ପତି ତାଙ୍କ ଛୋଟ ଶିଶୁଙ୍କୁ ଧରି ବାଇକ୍‌ରେ ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଲାକୁବାଇ […]

accident

  • Published: Thursday, 06 October 2022
  • , Updated: 06 October 2022, 12:35 PM IST

ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଗୁମ୍ମାଘାଟି ଲାକୁବାଇ ନିକଟରେ  ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ତାଙ୍କ ଛୋଟ ଶିଶୁଟି ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଦମ୍ପତି ତାଙ୍କ ଛୋଟ ଶିଶୁଙ୍କୁ ଧରି ବାଇକ୍‌ରେ ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଲାକୁବାଇ ନିକଟରେ ରାସ୍ତାରେ ଠିଆ ହୋଇଥିବା ବୋଲେରୋକୁ ବାଇକ୍‌ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଛୋଟ ଶିଶୁକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story