ସୌଭାଗ୍ୟଙ୍କ ଦୁର୍ଭାଗ୍ୟ: ସର୍ଭେ କରୁଥିବା ବେଳେ ଭସେଇ ନେଲା ନଈ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଲର ସର୍ଭେ କରୁଥିବା ବେଳେ ତା’ ଉପରୁ ନଦୀକୁ ପଡ଼ି ଜଣେ ସର୍ଭେୟର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ସୌଭାଗ୍ୟ।  ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲରେ। ଜୋରରେ ବର୍ଷା ହେଲେ ପ୍ରତିବର୍ଷ ଏହି ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଏହି ଅଞ୍ଚଳ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ। ଚଳିତ ମାସରେ ପାଙ୍ଗାମ ପୋଲରେ  ବନ୍ୟା ପାଣି ଚାଲିବାରୁ ୩ ଥର ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ […]

malkangiri

malkangiri

Jyoshna Pradhan
  • Published: Saturday, 17 August 2019
  • Updated: 17 August 2019, 02:58 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଲର ସର୍ଭେ କରୁଥିବା ବେଳେ ତା’ ଉପରୁ ନଦୀକୁ ପଡ଼ି ଜଣେ ସର୍ଭେୟର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ସୌଭାଗ୍ୟ।  ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲରେ। ଜୋରରେ ବର୍ଷା ହେଲେ ପ୍ରତିବର୍ଷ ଏହି ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଏହି ଅଞ୍ଚଳ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ। ଚଳିତ ମାସରେ ପାଙ୍ଗାମ ପୋଲରେ  ବନ୍ୟା ପାଣି ଚାଲିବାରୁ ୩ ଥର ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା।  ଏହି ସମସ୍ୟାର ସମାଧାନ ପାଇଁ ପୋଲର ଉଚ୍ଚତା ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା।

କେତେ ଉଚ୍ଚା କଲେ ବଢ଼ି ପାଣି ପୋଲ ଉପରକୁ ଆସିବ ନାହିଁ, ତାର ସର୍ଭେ କରାଯାଉଥିଲା।  ଭୁବନେଶ୍ୱରୁ ଆସିଥିବା ୪ ଜଣ କର୍ମଚାରୀ ଏହି ସର୍ଭେ କରୁଥିଲେ। ଏହି ସମୟରେ ସୌଭାଗ୍ୟ ନାମକ ଜଣେ କର୍ମଚାରୀ ମାପ ନେବା ବେଳେ ତାଙ୍କ ପାଦ ଖସି ଯିବାରୁ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି।  ଅଗ୍ନିଶମ ବିଭାଗ ଓ ପୁଲିସ ତାଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର ପତ୍ତା ଏଯାଏ ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos