ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁରର ଫାଟକ ନିକଟରୁ ଗୁରୁତର ଅବସ୍ଥାରେ ଆଜି ସକାଳେ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି । ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପଟ୍ଟନାୟକ।
ସନ୍ତୋଷଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସକାଳୁ ସନ୍ତୋଷଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲ। । ତେବେ କିଏ, କାହିଁକି ଯୁବକଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।