ଫସଲ ଜଗିଥିବା ବେଳେ ବୃଦ୍ଧଙ୍କୁ ହାଣିଦେଲେ ଦୁର୍ବୃତ୍ତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଜମିରେ ଫସଲ ଜଗିଥିବା ବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବଟନିଗୁଡା ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ବଟନିଗୁଡ଼ା ଗାଁର ଦେବା ମାଡ଼କାମୀ ଫସଲ ଜଗିବା ପାଇଁ ନିଜ ଜମିରେ ଶୋଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଜମିରେ ପଡ଼ିଥିଲା। ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ଗାଁ […]

man-killed-in-malkangiri

Tapaswini Nayak
  • Published: Friday, 03 January 2020
  • , Updated: 03 January 2020, 04:45 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଜମିରେ ଫସଲ ଜଗିଥିବା ବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବଟନିଗୁଡା ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ବଟନିଗୁଡ଼ା ଗାଁର ଦେବା ମାଡ଼କାମୀ ଫସଲ ଜଗିବା ପାଇଁ ନିଜ ଜମିରେ ଶୋଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଜମିରେ ପଡ଼ିଥିଲା। ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି କେହି ଏହି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story