ବରଗଡ଼(ଦୀପକ ଶର୍ମା): ବରଗଡ଼ ସଦର ଥାନା ଅନ୍ତର୍ଗତ ଧଉରାଗାଁରେ ଜଣେ ଯୁବକ ନିଜ କାକାର ୪ବର୍ଷ ପୁଅକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶୁକଦେବ ଦାମ।
ଅଭିଯୁକ୍ତ ଗୁରୁଦେବ ଦାମଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ କରୁଛି।
ଗତକାଲି ସନ୍ଧ୍ୟାରେ ଗୁରୁଦେବ ଓ ଶୁକଦେବ ଶୌଚପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁକଦେବ ଘରକୁ ଫେରି ନ ଥିଲେ।
ଏନେଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳେ ଶୁକଦେବଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମୀଚାରୀଙ୍କ ସହାୟତାରେ କୂଅରୁ ଶୁକଦେବର ମୃତଦେହ ଉଦ୍ଧାର କରିଛି ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ତିକ୍ତତା ଥିଲା ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।
https://youtu.be/iWzYJQFGHlE
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବବିଙ୍କ ଭାଇ ଭବ ଅଟକ; ଅଧାରାତିରେ ଉଠାଇ ଆଣିଲା ପୁଲିସ
ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି।
Events & Festivals
ଆଜି ପ୍ରଥମାଷ୍ଟମୀ, ପୋଢୁଆଁ ହେବେ ବଡ଼ ଠାକୁର
ଆଜି ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର।
Miscellaneous
ରାଜ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ମିଳିବାରେ ବିଳମ୍ବ: ମୁଖ୍ୟ ସଚିବ କ୍ଷୁବ୍ଧ, ମାଗିଲେ ମାସିକିଆ ରିପୋର୍ଟ
ଯଦି କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବା ଭିଜିଲାନ୍ସ ମାମଲା ଥାଏ ତା’ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସମ୍ପୃକ୍ତ ବିଭାଗସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ ।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Politics
ଆଦାନୀ ଲାଂଚ ଅଭିଯୋଗ ମାମଲା: ଓଡ଼ିଶାରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ମାପିଚୁପି ମତ ରଖିଲା ବିଜେପି
ଆମେରିକୀୟ କୋର୍ଟରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ଓଡ଼ିଶା ସରକାରୀ ଅଫିସିଆଲଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାବେଳେ ଏବେ କ୍ଷମତାରେ ନଥିବା ବିଜେଡି କାହାକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରୁଛି । ଯଦି କୌଣସି ଅଭିଯୋଗ ଆସିଛି ତା’ର ସମସ୍ତ ପ୍ରକାରର ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ ଏହାକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହି କ’ଣ ପ୍ରମାଣ କରିବାକୁ ବିଜେଡି ଚାହୁଁଛି ।