ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କଲା ସ୍ୱାମୀ

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ […]

kalahandi

kalahandi

Jyoshna Pradhan
  • Published: Tuesday, 10 September 2019
  • Updated: 10 September 2019, 03:12 PM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ ଫୋପାଡି ଦେଇଥିଲା। ଏହାପରେ ଘରକୁ ଫେରି ଦୁଇ ପିଲାଙ୍କୁ ନୃଶଂସ ଭାବେ ଗଳା କାଟି ହତ୍ୟା କରିଥିଲା।

ପ୍ରାୟ ୪ ମାସ ପରେ ଗତ ରବିବାର ଦିନ ରାତିରେ ଲିଙ୍ଗ ମାଝୀ ଘରକୁ ଆସିଥିଲା। ଏହାପରେ ଲିଙ୍ଗ ମାଝୀ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ବିମଳା ପ୍ରତିବାଦ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିଙ୍ଗ ମାଝୀ ପ୍ରଥମେ ବିମଳାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଟାଙ୍ଗିଆରେ ହାଣିଥିଲା। ଏହାପରେ ଗାଁ ନିକଟରେ ଥିବା ରେଳ ଧାରଣାରେ ଥୋଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା। ସ୍ତ୍ରୀକୁ ହତ୍ୟା ପରେ ପିଲାମାନେ କିପରି ଚଳିବେ ସେ ଭାବି ଘରକୁ ଆସି ଦୁଇ ପିଲାଙ୍କୁ ମଧ୍ୟ ଗଳା କାଟି ହତ୍ୟା କରିଥିଲା। ଏହି ଘଟଣା ଘଟାଇବା ପରେ ସେ ଭବାନୀପାଟଣା ଚାଲି ଯାଇଥିଲା। ହେଲେ ସକାଳେ ଗାଁ ଲୋକଙ୍କଠାରୁ ଖବର ପାଇ ପୁଣି ଗାଁକୁ ଆସିଥିଲା।

ଗତକାଲି ସକାଳେ ସିଂଝରଣ ଗାଁ ନିକଟ ରେଳ ଧାରଣାରୁ ଲିଙ୍ଗ ମାଝୀଙ୍କ ସ୍ତ୍ରୀ ବିମଳା ମାଝୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ତାଙ୍କ ଦୁଇ ପିଲା ଦୁଷ୍ମନ୍ତ ଓ ରବୀନ୍ଦ୍ରଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ତାଙ୍କ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କ ତତ୍ତ୍ୱାବଧାନରେ ସନ୍ଧାନୀ କୁକୁର ମାଧ୍ୟମରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିଥିଲା। ତେବେ ସନ୍ଧାନୀ କୁକୁର ସନ୍ଦେହଜନକ ଭାବେ ଗାଁର ଏକ ଦମ୍ପତିଙ୍କୁ ଚିହ୍ନଟ କରିଥିଲା। ଏହା ସହିତ ଦୁଇଟି ଟାଙ୍ଗିଆକୁ ପୁଲିସ୍ ଜବତ କରିଥିଲା। ଏଥିସହ ଲିଙ୍ଗ ମାଝୀକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରିଥିଲା। ତେବେ ଲିଙ୍ଗ ମାଝୀ ଏହି ହତ୍ୟାକାଣ୍ଡ କରିଥିବା ନେଇ ପୁଲିସ୍‌ ନିକଟରେ ସ୍ୱୀକାର କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଚିହ୍ନଟ ହୋଇଥିବା ଦମ୍ପତିକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story