ମା’ ମଙ୍ଗଳାଙ୍କ ହୁକୁମ: ମଶାଣିରେ ରହିଲେ ରୋଗ ଭଲ ହେବ!

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଏବେ ବି ସମାଜରେ ବଞ୍ଚିରହିଛି ଅନ୍ଧବିଶ୍ୱାସ। ରୋଗ ଭଲ ହେବା ପାଇଁ ମଶାଣିରେ ଦିନ କାଟୁଛନ୍ତି ଜଣେ ରୋଗୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅଞ୍ଚଳରେ। ବିଜିପୁର ଗାଁର ପ୍ରଭାତ ବରାଳ ଦୀର୍ଘଦିନ ହେଲା ଅସୁସ୍ଥ ଅଛନ୍ତି। ଡାକ୍ତରଖାନାରେ ଚିକିତ୍ସା ପରେ ବି ରୋଗ ଭଲ ନହେବାରୁ ପ୍ରଭାତ ଓ ତାଙ୍କ ପରିବାର ଲୋକେ ଚିନ୍ତିତ ଥିଲେ।&nbsp; ହେଲେ ରୋଗ ଭଲ ହେବା ଆଶାରେ ଦୁଇରୁ ତିନି ଦିନ ହେଲା ସେ ଗାଁ ମଶାଣିରେ ରହୁଛନ୍ତି।</p> <p>ପ୍ରଭାତ କହିଛନ୍ତି,&ldquo; ମାଆ ମଙ୍ଗଳାଙ୍କ ହୁକୁମ ରହିଛି ମଶାଣିରେ ରହିଲେ ରୋଗ ଭଲ ହୋଇଯିବ। ଏହି ବିଶ୍ୱାସ ନେଇ ମୁଁ ମଶାଣିରେ ରହିଛି।&rdquo;&nbsp; ଏପଟେ ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅ ଅର୍ଥାଭାବ ଯୋଗୁ ଗାଁର ଅନ୍ୟଜଣଙ୍କ ଘରେ ରହୁଛନ୍ତି।&nbsp; ଏହି ପରିବାରକୁ ସରକାରୀ ସହାୟତା ମିଳିଲେ ରୋଗୀ ଜଣକ ଭଲ ହୋଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।</p>

Ordigital Desk
  • Published: Saturday, 30 December 2017
  • Updated: 30 December 2017, 12:58 PM IST

Sports

Latest News

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଏବେ ବି ସମାଜରେ ବଞ୍ଚିରହିଛି ଅନ୍ଧବିଶ୍ୱାସ। ରୋଗ ଭଲ ହେବା ପାଇଁ ମଶାଣିରେ ଦିନ କାଟୁଛନ୍ତି ଜଣେ ରୋଗୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅଞ୍ଚଳରେ। ବିଜିପୁର ଗାଁର ପ୍ରଭାତ ବରାଳ ଦୀର୍ଘଦିନ ହେଲା ଅସୁସ୍ଥ ଅଛନ୍ତି। ଡାକ୍ତରଖାନାରେ ଚିକିତ୍ସା ପରେ ବି ରୋଗ ଭଲ ନହେବାରୁ ପ୍ରଭାତ ଓ ତାଙ୍କ ପରିବାର ଲୋକେ ଚିନ୍ତିତ ଥିଲେ।&nbsp; ହେଲେ ରୋଗ ଭଲ ହେବା ଆଶାରେ ଦୁଇରୁ ତିନି ଦିନ ହେଲା ସେ ଗାଁ ମଶାଣିରେ ରହୁଛନ୍ତି।</p><p>ପ୍ରଭାତ କହିଛନ୍ତି,&ldquo; ମାଆ ମଙ୍ଗଳାଙ୍କ ହୁକୁମ ରହିଛି ମଶାଣିରେ ରହିଲେ ରୋଗ ଭଲ ହୋଇଯିବ। ଏହି ବିଶ୍ୱାସ ନେଇ ମୁଁ ମଶାଣିରେ ରହିଛି।&rdquo;&nbsp; ଏପଟେ ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅ ଅର୍ଥାଭାବ ଯୋଗୁ ଗାଁର ଅନ୍ୟଜଣଙ୍କ ଘରେ ରହୁଛନ୍ତି।&nbsp; ଏହି ପରିବାରକୁ ସରକାରୀ ସହାୟତା ମିଳିଲେ ରୋଗୀ ଜଣକ ଭଲ ହୋଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos