ଅସିଦ୍ଧ ପରେ ବି ପଟ୍ଟାମୁଣ୍ଡାଇରେ ଫୋନ୍‌ରେ ତିନ୍‌ ତଲାକ୍‌

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ):ସଂସଦରେ ଟ୍ରିପଲ୍ ତଲାକ୍‌କୁ ଅସିଦ୍ଧ ଘୋଷଣା ଏବଂ ଏହାକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ପରେ ମଧ୍ୟ ପୁଣି ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି। ଫୋନ୍ ଯୋଗେ ସ୍ୱାମୀ ତଲାକ୍ ଦେଇଥିବା କହିଲେ ଅଭିଯୋଗକାରିଣୀ। କେନ୍ଦ୍ରାପ଼ଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଏନେଇ ମହିଳା ଜଣକ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଗତ ୬ ମାସ ତଳେ ମହିଳା […]

bcc

Tapas Behera
  • Published: Saturday, 10 August 2019
  • , Updated: 10 August 2019, 05:16 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ):ସଂସଦରେ ଟ୍ରିପଲ୍ ତଲାକ୍‌କୁ ଅସିଦ୍ଧ ଘୋଷଣା ଏବଂ ଏହାକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ପରେ ମଧ୍ୟ ପୁଣି ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି। ଫୋନ୍ ଯୋଗେ ସ୍ୱାମୀ ତଲାକ୍ ଦେଇଥିବା କହିଲେ ଅଭିଯୋଗକାରିଣୀ। କେନ୍ଦ୍ରାପ଼ଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଏନେଇ ମହିଳା ଜଣକ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଗତ ୬ ମାସ ତଳେ ମହିଳା ଜଣକ ପଟ୍ଟାମୁଣ୍ଡାଇ ଅଞ୍ଚଳର  ଅବୁସୁଫିଆ ଖାନ୍‌ଙ୍କୁ  ପ୍ରେମ ବିବାହ କରିଥିଲେ। ଏହାପରେ ସେମାନେ ୬ ମାସ ହାଇଦ୍ରାବାଦରେ ରହିଥିଲେ। ହେଲେ ମହିଳା ଜଣକ ଗର୍ଭବତୀ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗାଁରେ ଛାଡ଼ି ଦେଇଥିଲେ।

ତେବେ ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକେ ନିର୍ଯାତନା ଦେଇଥିଲେ। ଏନେଇ ସେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ତେଣୁ ତାଙ୍କ ସ୍ୱାମୀ ତାଙ୍କ ବାପ ଘରକୁ ଚାଲି ଯିବାକୁ କହିଥିଲେ। ମହିଳାଙ୍କର ଗୋଟିଏ ୪ ମାସର ଶିଶୁ ଅଛି। ତେବେ କିଛିଦିନ ପୂର୍ବରୁ ତାଙ୍କ  ସ୍ୱାମୀ ତାଙ୍କୁ  ଫୋନ୍‌ରେ  ତଲାକ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

Related story