ପୁଅର ଏକୋଇଶିଆ ଲାଗି ଯାଉଥିବା ବେଳେ ଟ୍ରେନ୍‌ରେ କଟିଗଲେ ଯୁବକ

କଟକ(ଓଡ଼ିଶା ରିପୋର୍ଟର): ପୁଅର ଏକୋଇଶିଆରେ ଯୋଗ ଦେବା ନିମନ୍ତେ ଖୁସି ମନରେ ଘର ମୁହାଁ ହୋଇଥିବା ଜଣେ ଯୁବକଙ୍କ ସହ ଘଟିଗଲା ଅଘଟଣ। ମୁନା ବାରିକ ନାମକ ଯୁବକ ଗତକାଲି କଟକରୁ ବ୍ରହ୍ମପୁର ଯିବା ନିମନ୍ତେ ଟ୍ରେନ୍‌ ଚଢ଼ୁଥିବା ବେଳେ ଭିଡ଼ ଥିବା କାରଣରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରେନ ଚକା ତଳେ ପଡ଼ି ତାଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି। ମୁନାଙ୍କ ଶରୀର ଅଣ୍ଟା ତଳକୁ କଟି ଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ […]

ctc-1

Niharika Rout
  • Published: Tuesday, 21 January 2020
  • , Updated: 21 January 2020, 10:40 AM IST

କଟକ(ଓଡ଼ିଶା ରିପୋର୍ଟର): ପୁଅର ଏକୋଇଶିଆରେ ଯୋଗ ଦେବା ନିମନ୍ତେ ଖୁସି ମନରେ ଘର ମୁହାଁ ହୋଇଥିବା ଜଣେ ଯୁବକଙ୍କ ସହ ଘଟିଗଲା ଅଘଟଣ। ମୁନା ବାରିକ ନାମକ ଯୁବକ ଗତକାଲି କଟକରୁ ବ୍ରହ୍ମପୁର ଯିବା ନିମନ୍ତେ ଟ୍ରେନ୍‌ ଚଢ଼ୁଥିବା ବେଳେ ଭିଡ଼ ଥିବା କାରଣରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରେନ ଚକା ତଳେ ପଡ଼ି ତାଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି।

ମୁନାଙ୍କ ଶରୀର ଅଣ୍ଟା ତଳକୁ କଟି ଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ମୁନା ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶାରେ ଚାକିରି କରିଥିବା ବେଳେ ସେ ଜଣେ ରାଜ୍ୟସ୍ତରୀୟ ଶିପକ୍ ଟାକୋରେ ଖେଳାଳି ବୋଲି ଜଣାଯାଇଛି।

Related story