ପାଖରେ ଥିଲା ଭାଇ, ଭଉଣୀ ସହ ଅସଦାଚରଣ କରି ଯୁବକ ଖାଇଲା ନିର୍ଧୁମ ଛେଚା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ନାଇଟ୍‌ କୋଚ୍‌ ବସ୍‌ ଭିତରେ ଭାଇ ଆଗରେ ଭଉଣୀଙ୍କୁ ଅସଦାଚରଣ କରୁଥିଲେ ଜଣେ ଯୁବକ ଯାତ୍ରୀ। ଏହା ଦେଖି ତାତିଗଲେ ଭାଇ। ଆଉ ସର୍ବ ସମ୍ମୁଖରେ ବସ୍‌ ଭିତରେ ସେଇ ଯୁବକଙ୍କୁ ନିର୍ଧୁମ ଛେଚିଲେ। ପରେ ଚଲାଇ ଚଲାଇ ଥାନାବାଲାଙ୍କ ଜିମା ଦେଲେ। ଗତକାଲି ରାତିରେ ଏପରି ଘଟଣା ଦେବଗଡ଼ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ ଦେବଗଡ଼ ସହରରେ ରହୁଥିବା ଜଣେ ଅଣଓଡ଼ିଆ ଟାଇଲ ମିସ୍ତ୍ରୀ, ତାଙ୍କ ବାପା ଓ […]

debagardh

debagardh

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 10:54 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ନାଇଟ୍‌ କୋଚ୍‌ ବସ୍‌ ଭିତରେ ଭାଇ ଆଗରେ ଭଉଣୀଙ୍କୁ ଅସଦାଚରଣ କରୁଥିଲେ ଜଣେ ଯୁବକ ଯାତ୍ରୀ। ଏହା ଦେଖି ତାତିଗଲେ ଭାଇ। ଆଉ ସର୍ବ ସମ୍ମୁଖରେ ବସ୍‌ ଭିତରେ ସେଇ ଯୁବକଙ୍କୁ ନିର୍ଧୁମ ଛେଚିଲେ। ପରେ ଚଲାଇ ଚଲାଇ ଥାନାବାଲାଙ୍କ ଜିମା ଦେଲେ। ଗତକାଲି ରାତିରେ ଏପରି ଘଟଣା ଦେବଗଡ଼ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ ଦେବଗଡ଼ ସହରରେ ରହୁଥିବା ଜଣେ ଅଣଓଡ଼ିଆ ଟାଇଲ ମିସ୍ତ୍ରୀ, ତାଙ୍କ ବାପା ଓ ଭଉଣୀଙ୍କ ସହ ନାଇଟ୍‌ କୋଚ୍‌ ବସ୍‌ ‘ଶ୍ରୀୟା’ରେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ। ବାପା ସିଟ୍‌ରେ ବସିଥିବା ବେଳେ ଭାଇ ଓ ଭଉଣୀ ସ୍ଲିପରରେ ଶୋଇ ଥିଲେ। ଏହା ଭିତରେ ଭାଇ ଓ ଭଉଣୀଙ୍କୁ ଗାଢ଼ ନିଦ ହୋଇଯାଇଥିଲା।

ବସ୍‌ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକ ସ୍ଲିପର ସିଟ୍‌ରେ ଚଢ଼ି ଯାଇଥିଲେ। ସେ ନିଦରେ ଶୋଇଥିବା ଯୁବତୀଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ। ଟାଇଲ ମିସ୍ତ୍ରୀ ଏହା ଦେଖି ଉକ୍ତ ଯୁବକକୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସମ୍ପୃକ୍ତ ଯୁବକଙ୍କ ପ୍ୟାଣ୍ଟ ଓ ସାର୍ଟ ଖୋଲି ଦେଇଥିଲେ। ପରେ ତାକୁ ଦେବଗଡ଼ ପର୍ଯ୍ୟନ୍ତ ନେଇଯାଇଥିଲେ। ସେଠାରୁ ସେ ତାକୁ ବସ୍‌ରୁ ଓହ୍ଲାଇ ସର୍ବ ସମ୍ମୁଖରେ ଅଣ୍ଡରୱେର ପିନ୍ଧାଇ ଚଲାଇ ଚଲାଇ ଦେବଗଡ଼ ଥାନାକୁ ନେଇଥିଲେ।

ପୁଲିସ ତାକୁ ଉଦ୍ଧାର କରି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos