ପଲିଥିନ ପାଇଁ ଆସି ଖାଇଲେ ପୁଲିସର ଲାଠି ମାଡ଼

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ପଲିଥିନ୍‌ ଆଣିବାକୁ ଯାଇ ପୁଲିସଠାରୁ ମାଡ଼ ଖାଇଲେ ଜଣେ ବାତ୍ୟା ବିପନ୍ନ। ଆଜି ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ତହସିଲ୍‌ ଅଫିସରେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଛନ୍ତି। ‘ଫୋନି’ ବାତ୍ୟା ବିପନ୍ନଙ୍କୁ ଆଜି ବିରିଡ଼ି ତହସିଲ୍‌ ଅଫିସରେ ପଲିଥନ୍‌ ବଣ୍ଟା ଯାଉଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ତେବେ କୌଣସି କାରଣକୁ […]

jagat

jagat

Manoranjan Sial
  • Published: Monday, 13 May 2019
  • Updated: 13 May 2019, 05:22 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ପଲିଥିନ୍‌ ଆଣିବାକୁ ଯାଇ ପୁଲିସଠାରୁ ମାଡ଼ ଖାଇଲେ ଜଣେ ବାତ୍ୟା ବିପନ୍ନ। ଆଜି ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ତହସିଲ୍‌ ଅଫିସରେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଛନ୍ତି।

‘ଫୋନି’ ବାତ୍ୟା ବିପନ୍ନଙ୍କୁ ଆଜି ବିରିଡ଼ି ତହସିଲ୍‌ ଅଫିସରେ ପଲିଥନ୍‌ ବଣ୍ଟା ଯାଉଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ତେବେ କୌଣସି କାରଣକୁ ନେଇ ଠେଲାପେଲା ହୋଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ କନ୍‌ଷ୍ଟେବଳ ଲାଠି ମାଡ଼ କରିଥିଲେ। ଫଳରେ କଇଜଙ୍ଗା ଗାଁର ପ୍ରମୋଦ ମୁଦୁଲି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

ଲାଠି ମାଡ଼କୁ ନେଇ ତହସିଲ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏସ୍‌ଡିପିଓ ପ୍ରକାଶ ମିଶ୍ର, ଜଗତସିଂହପୁର ଆଡିସିନାଲ୍‌ ଏସ୍‌ପି ବିଶ୍ୱନାଥ ମିଶ୍ର, ବିରିଡ଼ି ଆଇଆଇ ଓ ଜଗତସିଂହପୁର ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝୁସୁଝା କରିଥିଲେ। ମାତ୍ର ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ମାଡ଼ ମାରିଥିବା କନ୍‌ଷ୍ଟେବଳଙ୍କୁ ଗିରଫ କରି ଚଲାଇ ଚଲାଇ ନେବାକୁ ଦାବି କରିଥିଲେ। ଏବେ ମଧ୍ୟ ବିରିଡ଼ି ତହସିଲ୍‌ ଆଗରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଆହତ ପ୍ରମୋଦ ମୁଦୁଲିଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story