କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ଘରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୃତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌। ଦୀର୍ଘ ୪୫ ମିନିଟ୍‌ ଧରି ତାଙ୍କ ଘରେ ରହିଥିଲା ୫ ଜଣିଆ ଟିମ୍‌ ସଦସ୍ୟ। ମାନସଙ୍କ ବ୍ଲ୍ୟୁ ଟୁଥ୍‌ ଓ ଚପଲ୍‌ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଯାଇଥିଲା। ଆଉ ମାନସଙ୍କ ମାଆ ଜୟନ୍ତୀ, ସ୍ତ୍ରୀ ଜମୁନା ଓ ଭାଇ ରାକେଶ ସ୍ୱାଇଁ ଚିହ୍ନି ଥିବା ଜଣାପଡ଼ିଛି। ସେପଟେ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ପରିବାର ଲୋକେ। ଘଟଣାରେ ବହୁ […]

Manas-and-Sarmista

Manas-and-Sarmista

Manoranjan Sial
  • Published: Monday, 04 April 2022
  • Updated: 30 December 2022, 05:30 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୃତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌। ଦୀର୍ଘ ୪୫ ମିନିଟ୍‌ ଧରି ତାଙ୍କ ଘରେ ରହିଥିଲା ୫ ଜଣିଆ ଟିମ୍‌ ସଦସ୍ୟ। ମାନସଙ୍କ ବ୍ଲ୍ୟୁ ଟୁଥ୍‌ ଓ ଚପଲ୍‌ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଯାଇଥିଲା। ଆଉ ମାନସଙ୍କ ମାଆ ଜୟନ୍ତୀ, ସ୍ତ୍ରୀ ଜମୁନା ଓ ଭାଇ ରାକେଶ ସ୍ୱାଇଁ ଚିହ୍ନି ଥିବା ଜଣାପଡ଼ିଛି।

ସେପଟେ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ପରିବାର ଲୋକେ। ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବାରୁ ନିରପେକ୍ଷ ଭାବେ କେବଳ ସିବିଆଇ ତଦନ୍ତ କରିପାରିବ ବୋଲି ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ କହିଛନ୍ତି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତା ଶର୍ମିଷ୍ଠା ରାଉତଙ୍କୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ଆଜି ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନିଆ ରିମାଣ୍ଡରେ ଆଣିଛି। ହେଲେ ଯେଉଁ ମେମୋରୀ ଚିପ୍‌ ହତ୍ୟାକାଣ୍ଡର ମୂଳ କାରଣ ତା’ର ଏପର୍ଯ୍ୟନ୍ତ ଟେର ପାଇନି କ୍ରାଇମ୍‌ ବ୍ରାଞ୍ଚ। ତେଣୁ କ୍ରାଇମ୍‌ ବ୍ରାଞ୍ଚ ଉପରେ ସନ୍ଦେହ କରିଛନ୍ତି ମାନସଙ୍କ ପରିବାର ଲୋକେ।

ଫେବ୍ରୁଆରୀ ୬ ତାରିଖରେ ମାନସ ବିବାହ ଶୁଟିଂ କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଦୟାଲ୍‌ ଆଶ୍ରମରେ ରଖି ନିର୍ଧୁମ ଛେଚିଥିଲେ। ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ପରେ ମୃତଦେହକୁ ନୟାଗଡ଼ରେ ଏକ ପାହାଡ଼ ପାର୍ଶ୍ୱରେ ପୋତି ଦେଇଥିଲେ। ପରେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଚଣ୍ଡିଖୋଲରେ ଫିଙ୍ଗି ଦେଇଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos