୩୬ ନେତାଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କଲା ବିଜେଡି, ରମେଶ ଓ ପ୍ରସନ୍ନଙ୍କୁ କ୍ୟାବିନେଟ୍ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ଶୀଘ୍ର ହେବାକୁ ଯାଉଛି ଧାମନଗର ଉପନିର୍ବାଚନ। ଏହାର ଠିକ୍ ପରେପରେ ହୋଇପାରେ ପଦ୍ମପୁର ଉପନିର୍ବାଚନ। ବର୍ଷ ପରେ ସମ୍ମୁଖିନ ହେବାକୁ ପଡ଼ିବ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳର ଆଗଧାଡ଼ିର ନେତାମାନଙ୍କୁ ଆଜି ରାଜ୍ୟ ପ୍ରଶାସନର ବିଭିନ୍ନ ନିଗମ ଓ ବୋର୍ଡରେ ଥଇଥାନ କରିଛି ବିଜେଡି। ମୋଟ ୩୬ ଜଣ ନେତାଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିଛନ୍ତି। ସେପଟେ ରାଜ୍ୟସଭାକୁ ପଠାଇବାର ପ୍ରତିଶ୍ରୁତି ପାଇଥିବା ପୂର୍ବତନ ବିଧାୟକ ରମେଶ […]

cm

cm

Niranjan Mishra
  • Published: Sunday, 09 October 2022
  • Updated: 09 October 2022, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ଶୀଘ୍ର ହେବାକୁ ଯାଉଛି ଧାମନଗର ଉପନିର୍ବାଚନ। ଏହାର ଠିକ୍ ପରେପରେ ହୋଇପାରେ ପଦ୍ମପୁର ଉପନିର୍ବାଚନ। ବର୍ଷ ପରେ ସମ୍ମୁଖିନ ହେବାକୁ ପଡ଼ିବ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳର ଆଗଧାଡ଼ିର ନେତାମାନଙ୍କୁ ଆଜି ରାଜ୍ୟ ପ୍ରଶାସନର ବିଭିନ୍ନ ନିଗମ ଓ ବୋର୍ଡରେ ଥଇଥାନ କରିଛି ବିଜେଡି। ମୋଟ ୩୬ ଜଣ ନେତାଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିଛନ୍ତି। ସେପଟେ ରାଜ୍ୟସଭାକୁ ପଠାଇବାର ପ୍ରତିଶ୍ରୁତି ପାଇଥିବା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଥଇଥାନ ପର୍ବରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ନବୀନ। ଦୁହିଁଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ଥଇଥାନ କରାଯାଇଛି।

ନେତାମାନଙ୍କୁ ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛିା ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ହେଲେ କଳିକେଶ ସିଂହଦେଓ, ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ APICOLର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ସେହିପରି ଡି. ବିଶ୍ୱନାଥ ହେଲେ ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ ଅଧ୍ୟକ୍ଷ। ଲେନିନ ମହାନ୍ତିଙ୍କୁ OTDCର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ଅମରେଶ ପତି। କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ପାଇଛନ୍ତି ସୁବାସ ମହାପାତ୍ର। ସେହିପରି ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ହୋଇଛନ୍ତି ବିଜୟ ନାୟକ।

ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି ନିଗମ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଛନ୍ତି ସତ୍ୟବ୍ରତ ତ୍ରିପାଠୀ। OB & OCWW ଅଧ୍ୟକ୍ଷା ହୋଇଛନ୍ତି ଶ୍ରୀମୟୀ ମିଶ୍ର। ଚିନ୍ମୟ ସାହୁଙ୍କୁ ମିଳିଛି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଦାୟିତ୍ୱ। ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା।

ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ହୋଇଛନ୍ତି ସଂଗ୍ରାମ ପାଇକରାୟ। ସେପଟେ ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ ଉପଦେଷ୍ଠା ହୋଇଛନ୍ତି ସୁରେନ୍ଦ୍ର ପ୍ରଧାନ। କୁନା ବିହାରି ଦାସଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଉପାଧ୍ୟକ୍ଷ ହୋଇଛନ୍ତି ସନ୍ତୋଷ ବେଜ୍।

ସେପଟେ ଯୋଜନା ବୋର୍ଡ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଦଳର ଦୁଇ ବରିଷ୍ଠ ରାଜନେତା। ସେମାନେ ହେଲେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଉଭୟଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। ଅନ୍ୟପଟେ ଯୋଜନା ବୋର୍ଡର ଅନ୍ୟତମ ସଦସ୍ୟ ହୋଇଛନ୍ତି ସାଧୁ ନେପାକ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।

ପ୍ରଦୀପ ମାଝୀଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଉପଦେଷ୍ଠା, କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ, ଗଞ୍ଜାମ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀ ନିଯୁକ୍ତ କରାଯାଇଛି। TAMDA ଅଧ୍ୟକ୍ଷ ଦାୟିତ୍ୱ ଅବନୀକାନ୍ତ ସାହୁଙ୍କୁ ଦିଆଯାଇଛି।

ସୂଚନା ଥାଉକି, ଗତ ଜୁନ୍ ପ୍ରଥମ ସପ୍ତାହରେ ଅଚାନକ ସମସ୍ତ ନିଗମ ଓ ବୋର୍ଡ ମୁଖିଆ ପଦରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ନବୀନ କାଢ଼ି ଦେଇଥିଲେ। ଯାହା ପରେ ଏହି ପଦ ଉପରେ ଅନେକ ନେତାମାନଙ୍କ ପୁନଃ ଥଇଥାନ ଆଖି ପଡ଼ିଥିଲା। ହେଲେ ଏଥିରେ ବିଳମ୍ବକୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଆଗକୁ ନିର୍ବାଚନ ଥିବାରୁ ଏହି ନେତାମାନଙ୍କୁ ବିଜେଡି ଥଇଥାନ କରିଛି।

https://twitter.com/IPR_Odisha/status/1579123184624087042?s=20&t=kaejrBMD3S1Aquin_o1FJA

https://twitter.com/IPR_Odisha/status/1579125580381159429?s=20&t=kaejrBMD3S1Aquin_o1FJA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story