‘ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ପାଇଁ ଅଟକି ରହିଛି ରେଳ ପ୍ରକଳ୍ପ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖିଥିଲେ। ସମାନ ପ୍ରସଙ୍ଗ ଉଠାଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ। ଆଜି ଭୁବନେଶ୍ୱରେ ଆୟୋଜିତ […]

rail1

rail1

Manoranjan Sial
  • Published: Sunday, 14 July 2019
  • Updated: 14 July 2019, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖିଥିଲେ। ସମାନ ପ୍ରସଙ୍ଗ ଉଠାଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ।

ଆଜି ଭୁବନେଶ୍ୱରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଯାଦବ କହିଛନ୍ତି,“ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିୟରାନ୍ସରେ ବିଳମ୍ବ ପାଇଁ ରାଜ୍ୟରେ ବହୁ ପ୍ରକଳ୍ପ ଅଟକି ରହିଛି। ଗତବର୍ଷ ଓଡ଼ିଶାକୁ ୫ ହଜାର ୭ ଶହ କୋଟି ଟଙ୍କା ଆସିଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୨୨ରୁ ୨୩ ଶହ କୋଟି। ଚଳିତବର୍ଷ ଓଡ଼ିଶା ପାଇଁ ୬ ହଜାର କୋଟି ମଞ୍ଜୁର ଆସିଥିବାରୁ ରାଜ୍ୟ ସରକାର ଏ ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।”

ସେପଟେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟ୍ରେନ ଗତିବିଧି ସମ୍ପର୍କରେ ସୂଚନା ପାଇଁ ରେଲୱେରେ ରିୟଲ ଟାଇମ୍‌ ଇନ୍‌ଫର୍ମେସନ ସିଷ୍ଟମ୍(RTIS) ଲାଗୁ ହେବ ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଶ୍ରୀ ଯାଦବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos