ସଜବାଜ ହେଉଛନ୍ତି ବିଜେଡିର ଅସନ୍ତୁଷ୍ଟ ନେତା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଛକାପଞ୍ଝା ଏବେ ବିଜେଡି ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଜେଡି ନେତାମାନଙ୍କ ମଧ୍ୟରେ ଏହି ଅସନ୍ତୋଷ ଉପରକୁ ଜଣାପଡ଼ୁନଥିଲେ ବି ଦଳୀୟ ମହଲରୁ ମିଳୁଥିବା ଫିଡବ୍ୟାକ୍ ଆଧାରରେ ଅସନ୍ତୁଷ୍ଟ ନେତାମାନଙ୍କୁ ନିୟନ୍ତ୍ରଣ କରିବା ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଇଁ କାଠିକର ପାଠ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଗତ […]

11bjd-office

11bjd-office

Tapas Behera
  • Published: Monday, 22 July 2019
  • Updated: 22 July 2019, 09:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଛକାପଞ୍ଝା ଏବେ ବିଜେଡି ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଜେଡି ନେତାମାନଙ୍କ ମଧ୍ୟରେ ଏହି ଅସନ୍ତୋଷ ଉପରକୁ ଜଣାପଡ଼ୁନଥିଲେ ବି ଦଳୀୟ ମହଲରୁ ମିଳୁଥିବା ଫିଡବ୍ୟାକ୍ ଆଧାରରେ ଅସନ୍ତୁଷ୍ଟ ନେତାମାନଙ୍କୁ ନିୟନ୍ତ୍ରଣ କରିବା ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଇଁ କାଠିକର ପାଠ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟନ, ନିର୍ବାଚନ ପରିଚାଳନା ଓ ନୂଆ ମନ୍ତ୍ରିମଣ୍ଡଳ ଗଠନରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପତିଆରା ରହିବାକୁ ଦଳର କିଛି ବରିଷ୍ଠ ତଥା ପୁରୁଖା ନେତା ସହଜରେ ହଜମ କରିପାରୁନାହାନ୍ତି। ଦଳର ଏହି ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରୀ ପଦପଦବୀରେ ଥଇଥାନ ଆଶାରେ କିଛି ନେତା ମୁହଁ ଖୋଲୁନଥିବାବେଳେ ଆଉ କିଛି ନେତା ବିଜେଡି ପରାମର୍ଶଦାତାଙ୍କ ବିରୁଦ୍ଧରେ ଖୁଲମଖୁଲା ସ୍ୱର ଉତ୍ତୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆଗରେ ରଖି ବିଜେଡି ପରାମର୍ଶଦାତା ଦଳକୁ ପରିଚାଳନା କରୁଥିବାରୁ ଏହା ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷର ମୁଖ୍ୟ କାରଣ ହୋଇଛି। କିଛି ବରିଷ୍ଠ ନେତା ନିଜକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅନୁଭବ କରି କେବଳ ସୁଯୋଗ ଅପେକ୍ଷାରେ ରହିଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, କିଶୋର ମହାନ୍ତି, ଶାରଦା ନାୟକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ମହାରଥୀ, ବିଷ୍ଣୁ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭୂପିନ୍ଦର ସିଂ ପ୍ରମୁଖ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

ସେହିପରି ବିଭିନ୍ନ କାରଣ ପାଇଁ ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ନରେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ନନ୍ଦ ପ୍ରମୁଖ ଦଳରେ ଅଣଦେଖା ହୋଇ ରହିଛନ୍ତି। ସେହିପରି ପରାଜିତ ହୋଇଥିବା କିମ୍ବା ଟିକେଟରୁ ବଞ୍ଚିତ ହୋଇଥିବା ନେତାଙ୍କ ମଧ୍ୟରେ ପ୍ରସନ୍ନ ପାଟ୍ଟଶାଣୀ, ସଞ୍ଜୟ ଦାସବର୍ମା, ରବୀନ୍ଦ୍ର ଜେନା, ମହେଶ୍ୱର ମହାନ୍ତି, ଦେବାଶୀଷ ସାମନ୍ତରାୟ, ଅନୁପ ସାଏ, ଝିନ୍ନ ହିକକା, ଦେବାଶୀଷ ନାୟକ ପ୍ରମୁଖ ଅଛନ୍ତି। ଏସବୁ ଆଗଧାଡ଼ିର ନେତାଙ୍କୁ ଦଳ ଏବେ ସମ୍ପୂର୍ଣ୍ଣ ଅଣଦେଖା କରିଥିବାବେଳେ ସମସ୍ତେ ନିଜ ନିଜର ଗୁରୁତ୍ୱ ପ୍ରତିପାଦନ କରିବା ଚକ୍କରରେ ରହିଛନ୍ତି। ଏହି ନେତାମାନେ ଏବେ ସଂଘବଦ୍ଧ ହୋଇ କ୍ଷମତାକେନ୍ଦ୍ରଙ୍କ ଏକପାଖିଆ ତୁଷ୍ଟୀକରଣ ବିରୋଧରେ ମୁହଁ ଖୋଲିବାର ଆଶଙ୍କା ରହିଛି।

ଏହି ଅସନ୍ତୁଷ୍ଟ ନେତାମାନେ ଏବେ ଦଳୀୟ ଶୃଙ୍ଖଳା ଭିତରେ ରହିବା ମୁଡରେ ନଥିବା ଭଳି ଜଣାପଡ଼ିଛି। କିଛି ଅସନ୍ତୁଷ୍ଟ ନେତା ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏବେଠୁ ବିଜେଡି ଯେଉଁଭଳି ଆଭିମୁଖ୍ୟ ପୋଷଣ କରି ବିଜେପିର ନିକଟତର ହେବାକୁ ପ୍ରୟାସ କରୁଛି, ୨୦୨୪ ସାଧାରଣ ନିର୍ବାଚନ ବେଳକୁ ନିଶ୍ଚିତ ଭାବେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଥିବ। ହୁଏତ ବିଜେଡି ସେତେବେଳେ ବିଜେପି ସହ ମେଣ୍ଟ କରି ନିର୍ବାଚନୀ ଓହ୍ଲାଇପାରେ ନଚେତ୍ ଦଳ ନେତୃତ୍ୱବିହୀନ ଅବସ୍ଥାରେ ବି ଥାଇପାରେ। ତେଣୁ ଦଳୀୟ ଶୃଙ୍ଖଳା ଭିତରେ ରହି ‘ୟେସ୍ ବସ୍’ କହି ଗୋଡ଼ାଣିଆ ହେବା ଅପେକ୍ଷା ନିଜର ରାଜନୀତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ବାରମ୍ବାର ଅଣଦେଖା ହେବା ଦ୍ୱାରା ନିଜର ରାଜନୀତିକ ଅସ୍ତିତ୍ୱ ପ୍ରତି ସଙ୍କଟ ଦେଖାଦେଲାଣି। ତେଣୁ ଯଦି ବିଜେଡି ନେତୃତ୍ୱ ଏଭଳି ଢଙ୍ଗରେ ପରିଚାଳିତ ହୁଅନ୍ତି ତା’ହେଲେ ସେମାନେ ନିଜ ନିଜର ପନ୍ଥା ନିର୍ଦ୍ଧାରଣ କରିବାକୁ ପଛାଇବେ ନାହିଁ।

ଏହି ଅସନ୍ତୁଷ୍ଟ ନେତାମାନଙ୍କର ଏଭଳି ଆଭିମୁଖ୍ୟ ମଧ୍ୟମରେ ଆଗକୁ ପୌର ନିର୍ବାଚନ ଓ ସମବାୟ ନିର୍ବାଚନ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story