ରାଉରକେଲା: ମାଓ ନେତ୍ରୀ ଶୋଭା ଗିରଫ

ରାଉରକେଲା: ରାଉରକେଲାରେ ମାଓ ନେତ୍ରୀ ଶୋଭା ଓ ଓରଫ ବୁଦ୍ଧୁନି ମୁଣ୍ଡା ଗିରଫ। ଶୋଭାକୁ ଲାଠିକଟାରୁ ଗିରଫ କରିଛି ରାଉରକେଲା ପୋଲିସ୍। ଶୋଭା ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟା। ଶୋଭା ମାଓ ସଂଗଠନର ମହିଳା ଶାଖାକୁ ପରିଚାଳନା କରୁଥିଲା। ତା’ ନାଁରେ ଜାମିନ ବିହୀନ ପରୱାନା ଜାରି ହୋଇଥିଲା। ତାକୁ ଆଜି କୋର୍ଟରେ ହାଜର କରାଯିବ। ପୋଲିସ୍ ତାକୁ ରିମାଣ୍ଡରେ ନେଇ ପାରେ ବୋଲି କୁହାଯାଉଛି। ରାଉରକେଲା ପୋଲିସ୍ ଶୋଭାକୁ ପ୍ରଥମେ ୨୦୦୬ରେ ଗିରଫ କରିଥିଲା। […]

maoist

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 08:41 AM IST

ରାଉରକେଲା: ରାଉରକେଲାରେ ମାଓ ନେତ୍ରୀ ଶୋଭା ଓ ଓରଫ ବୁଦ୍ଧୁନି ମୁଣ୍ଡା ଗିରଫ। ଶୋଭାକୁ ଲାଠିକଟାରୁ ଗିରଫ କରିଛି ରାଉରକେଲା ପୋଲିସ୍। ଶୋଭା ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟା। ଶୋଭା ମାଓ ସଂଗଠନର ମହିଳା ଶାଖାକୁ ପରିଚାଳନା କରୁଥିଲା। ତା’ ନାଁରେ ଜାମିନ ବିହୀନ ପରୱାନା ଜାରି ହୋଇଥିଲା। ତାକୁ ଆଜି କୋର୍ଟରେ ହାଜର କରାଯିବ। ପୋଲିସ୍ ତାକୁ ରିମାଣ୍ଡରେ ନେଇ ପାରେ ବୋଲି କୁହାଯାଉଛି।

ରାଉରକେଲା ପୋଲିସ୍ ଶୋଭାକୁ ପ୍ରଥମେ ୨୦୦୬ରେ ଗିରଫ କରିଥିଲା। ପରେ ଏକ ମାମଲାରେ ତାକୁ ଝାଡ଼ଖଣ୍ଡର ବୋକାରକୁ ପଠାଯାଇଥିଲା। ସେଠାରେ ସେ ଜେଲରେ ଥିଲେ। ସେ କିଛି ଦିନ ତଳେ ବେଲରେ ଆସିଥିଲେ। ସେ ଲାଠିକଟା ଥିବା ଖବର ପାଇ ରାଉରକେଲା ପୋଲିସ୍ ତାକୁ ଗିରଫ କରିଥିଲା। ତା’ ନାଁରେ ରାଉରକେଲାରେ ଏକ ୱାରେଣ୍ଟ୍ ଥିଲା। ସେହି ୱାରେଣ୍ଟ୍ ବଳରେ ତାକୁ ଗିରଫ କରାଯାଇଛି।

Related story