ରାୟଗଡ଼ା: ନିଜକୁ ମାଓବାଦୀ ପରିଚୟ ଦେଇ ଲୋକଙ୍କ ଠାରୁ ବିପୁଳ ଟଙ୍କା ଆଦୟ କରୁଥିବା ଜନୈକ ସାମ୍ୱାଦିକଙ୍କୁ ଗିରଫ କରିଛି ରାୟଗଡା ପୋଲିସ୍। ଏହି ସାମ୍ୱାଦିକଙ୍କ ନାମ ଅଜିତ୍ ବାତ୍ରିଆ। ତା’ ଘର ଚାନ୍ଦିଲି ଥାନା ଅର୍ନ୍ତଗତ ଗାଦବାଗୁଡା ଗାଁରେ। ଅଭିଯୁକ୍ତ ଅଜିତ୍ ଗତ ଜୁନ ମାସରେ କୋଲନରାର ଜନୈକ ଭିଏଲଡବ୍ଲ୍ୟୁଙ୍କୁ ମାଓବାଦୀ ପରିଚୟ ଦେଇ ୨ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲା। ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା। ଭିଏଲଡବ୍ଲ୍ୟୁ ଜଣକ ଭୟରେ ୨ଲକ୍ଷ ଟଙ୍କା ଦେଇଥିଲେ। ଏହର କିଛି ଦିନ ପରେ ସେ ପୁଣି ୩ଲକ୍ଷ ଟଙ୍କା ମାଗିଥିଲା। ଏନେଇ ସେ ରାୟଗଡା ଥାନାରେ ଏତଲା ଦେବା ପରେ ପୋଲିସ ଅଜିତକୁ ଗିରଫ କରିଛି। ତା’ଠାରୁ ଉକ୍ତ ଟଙ୍କାରେ କିଣାଯାଇଥିବା ଏକ ମୋଟର ସାଇକଲ ଓ ଲାପଟପ୍ ଜବତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।