ମତଦାନକୁ ମାଓ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଓ ପ୍ରଭାବିତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଏଥର ବଡ଼ ଚାଲେଞ୍ଜ ହୋଇପାରେ। କାରଣ ନିର୍ବାଚନୀ ବିଗୁଲ୍ ବାଜିବା ପରଠୁ ଗତ ସପ୍ତାହେ ହେଲାଣି ଭିନ୍ନ ଭିନ୍ନ ଢଙ୍ଗରେ ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ । କେଉଁଠି ହତ୍ୟା ତ’ ଆଉ କେଉଁଠି ପୋଷ୍ଟର ମାରି ଓଡ଼ିଶା ସୀମାନ୍ତରେ ଆତଙ୍କ ଖେଳାଉଛନ୍ତି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ମାଲକାନଗିରି ଜିଲ୍ଲା […]

pro-2

pro-2

Tapas Behera
  • Published: Saturday, 16 March 2019
  • Updated: 16 March 2019, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଓ ପ୍ରଭାବିତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଏଥର ବଡ଼ ଚାଲେଞ୍ଜ ହୋଇପାରେ। କାରଣ ନିର୍ବାଚନୀ ବିଗୁଲ୍ ବାଜିବା ପରଠୁ ଗତ ସପ୍ତାହେ ହେଲାଣି ଭିନ୍ନ ଭିନ୍ନ ଢଙ୍ଗରେ ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ । କେଉଁଠି ହତ୍ୟା ତ’ ଆଉ କେଉଁଠି ପୋଷ୍ଟର ମାରି ଓଡ଼ିଶା ସୀମାନ୍ତରେ ଆତଙ୍କ ଖେଳାଉଛନ୍ତି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ ।

ମାଲକାନଗିରି ଜିଲ୍ଲା ଶେରାଗୁଡ଼ାରେ ବର୍ବର ଭାବେ ଜଣେ ଠିକାଦାରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ତା’ସହ ଜେସିବି ଓ ହାଇୱାକୁ ଜାଳିଦେଇଛନ୍ତି । ସେହିପରି ବାଲିଗୁଡ଼ା ଥାନା ସକୁଙ୍ଗିଆର ରାଜପଥରେ ଲାଲ୍ ପୋଷ୍ଟର ମାରି ଭୋଟ ବର୍ଜନର ଆହ୍ୱାନ ଦେଇଛି ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି। ତା’ସହ ବିପ୍ଲବୀ ସରକାର ଗଢ଼ିବାକୁ ବ୍ୟାନରରେ ଲେଖାଯାଇଛି। ସେପଟେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପେଦାରୋଣ୍ଡାପଲ୍ଲି ଜଙ୍ଗଲରେ ମାଓ-ସୁରକ୍ଷାକର୍ମୀ ଗୁଳିବିନିମୟରେ ଟଳିପଡ଼ିଛନ୍ତି ୨ ମାଓବାଦୀ । ଲାଲଗଡ଼ରେ ପୁଣି ସକ୍ରିୟ ହୋଇ ନିର୍ବାଚନକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା ଉପରୋକ୍ତ ଘଟଣାରୁ ହିଁ ସ୍ପଷ୍ଟ ହେଉଛି। ଆଉ ଏହାକୁ ଦେଖି ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ।

ପୂର୍ବ ନିର୍ବାଚନମାନଙ୍କ ଭଳି ୨ଟି ବଦଳରେ ଏଥର ୪ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ସୁରକ୍ଷା ଦୃଷ୍ଟିରୁ ନିୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଯେଭଳି ସୁଚାରୁ ରୂପେ ନିୟୋଜିତ ହୋଇପାରିବେ ସେ ଦୃଷ୍ଟିରୁ ଏଭଳି କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେହିପରି ମାଓ ଅଞ୍ଚଳରେ ଗତଥର ଭଳି ଏଥର ମଧ୍ୟ ଚପର୍ ବ୍ୟବହାର ପାଇଁ ଯୋଜନା ରହିଛି। ମାଓ ପ୍ରଭାବିତ ଇଲାକାରେ ଭୋଟିଂ ଟାଇମ୍ ଅଲଗା ରଖିବାକୁ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସିବେ ୨୯ କଂପାନୀ କେନ୍ଦ୍ରୀୟ ଫୋର୍ସ। ମାଓ ଅଞ୍ଚଳକୁ ପ୍ରଚାରରେ ଆସୁଥିବା ନେତାଙ୍କୁ SOP ପାଳନ ପାଇଁ କୁହାଯିବ ବୋଲି ଡିଜିପି କହିଛନ୍ତି। ତା’ସହିତ ପଡ଼ୋଶୀ ରାଜ୍ୟର ପୋଲିସ ଅଧିକାରୀଙ୍କ ସହ ସମନ୍ୱୟ ରହିଛି ବୋଲି ସେ କହିଛନ୍ତି। ଗତ ଅକ୍ଟୋବର ୩୦ରେ ଛତିଶଗଡ଼ରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଉଥିବାବେଳେ ମାଓ ହମ୍‌ଲା ସହିଦ ହୋଇଥିଲେ ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ। ଆଉ ଏବେ ଓଡ଼ିଶାରେ ନିର୍ବାଚନ ପୂର୍ବରୁ ଘଟାଇଲେଣି ଏକାଧିକ ହିଂସାକାଣ୍ଡ । ଏଭଳି ସ୍ଥିତିରେ ରାଜ୍ୟର ଲାଲ୍ କରିଡରରେ ନିର୍ବାଚନ କିଭଳି ଶୃଙ୍ଖଳିତ ହେଉଛି, ତା’ ଉପରେ ରହିଛି ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story