୩ ଜେସିବି ଜାଳିଦେଲେ ମାଓବାଦୀ: କହିଲେ ଦାର୍ଲିପୁଟ ନଦୀ ବାଲି ଉପରେ କାହାରି ଅଧିକାର ନାହିଁ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ନଦୀ ପଠାରୁ ବାଲି ଉଠାକୁ ବିରୋଧ କରି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି।  ଦାର୍ଲିପୁଟ ନଦୀ ପଠାରୁ ବାଲି ଉଠାଉଥିବା ୩ଟି ଜେସିବି ମେସିନକୁ ମାଓବାଦୀ ଜାଳିଦେଇଛନ୍ତି। ଏଥିସହ ଘଟଣାସ୍ଥଳରୁ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ପୋଲିସ ଜବତ କରିଛି।

ଦାର୍ଲିପୁଟ ନଦୀ ଓ ଏହାର ବାଲି ଉପରେ କାହାରି ଅଧିକାର ନାହିଁ।  ବାହାର ଲୋକମାନେ ଜେସିବି ଲଗାଇ ବାଲି ନେଇ ପାରିବେ ନାହିଁ।  ଆଉ କେହି ଏଭଳି କଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲେଖାଥିବା ଧମକପୂର୍ଣ୍ଣ ପୋଷ୍ଟର ସେଠାରୁ ଜବତ ହୋଇଛି।  ପାଡ଼ୁଆ ଥାନା ଆଇଆଇସି ଏନେଇ ସୂଚନା ଦେଇଛନ୍ତି।