- Videos
- Odisha
- ସହିଦ ସପ୍ତାହ ପାଳନକୁ ବିରୋଧ, ବିଭିନ୍ନ ସ୍ଥାନରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର
ସହିଦ ସପ୍ତାହ ପାଳନକୁ ବିରୋଧ, ବିଭିନ୍ନ ସ୍ଥାନରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର
- Published: Friday, 28 July 2017
- , Updated: 28 July 2017, 11:29 AM IST
<p>ଲମତାପୁଟ: ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ କରି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ମାଓବାଦୀଙ୍କ ସହିଦ ସପ୍ତାହ ଓ ମାଓ ସଙ୍ଗଠନକୁ ବିରୋଧ କରି କୋରାପୁଟ ଯୁବ ଜାଗରଣ ସମିତି ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ମାଓବାଦୀମାନେ ନିରୀହ ଲୋକଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏଥିସହ ୭ ବର୍ଷରେ ୫୮ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ଲେଖାଅଛି। ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।</p>