ମାଓନେତା ବେଣୁଙ୍କ ଅଡିଓ ଟେପ୍‌ ଜାରି, କାହାକୁ ନେଇ କ’ଣ କହିଲେ ପଢ଼ନ୍ତୁ 

Ordigital Desk
  • Published: Saturday, 23 December 2017
  • , Updated: 23 December 2017, 10:33 AM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ମାଲକାନଗିରି-ବିଶାଖା ବର୍ଡର ଡିଭିଜନ ସମ୍ପାଦକ ମାଓନେତା ବେଣୁ ଏହି ଅଡିଓ ଟେପ୍ ଜାରି କରିଛନ୍ତି। ଅଡିଓ ଟେପରେ ରାସ୍ତାକାମକୁ ବିରୋଧ କରାଯାଇଛି। ରାସ୍ତା କରିବାର ଉଦ୍ଦେଶ୍ୟ ଖଣି ମାଫିଆଙ୍କୁ ସହାୟତା କରିବା ବୋଲି ସେ ଅଭିଯୋଗ କରିଛନ୍ତି। ରାସ୍ତା ଯୋଗୁଁ ବିକାଶ ନୁହେଁ ବିନାଶ ହେବ। ଉପକୂଳ ଜିଲ୍ଲାରେ ରାସ୍ତାଘାଟ ସବୁଥାଇ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗୁରୁପ୍ରିୟା ସେତୁ ହେଲେ, ମାଓବାଦୀଙ୍କୁ ସଫା କରିଦେବୁ ବୋଲି ବିଏସଏଫ୍ ଡିଜିଙ୍କ ମନ୍ତବ୍ୟ ଷଡ଼ଯନ୍ତ୍ର ବୋଲି ଟେପରେ ମାଓନେତା ବେଣୁ କହିଛନ୍ତି। ବଣ୍ଡାଘାଟିରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ସଂଘ ଲଗାଇଥିବା ପୋଷ୍ଟର ପ୍ରସଙ୍ଗରେ ସେମାନେ ଆସି ଆଲୋଚନା କରନ୍ତୁ ବୋଲି କହିଛନ୍ତି। ମାଓବାଦୀଙ୍କ ସଂଘର୍ଷର ମୁଖ୍ୟ କାରଣ ସମାଜରୁ ଶୋଷଣ ଓ ଲୁଣ୍ଠନ ଦୂର କରିବା ବୋଲି ମାଓନେତା ବେଣୁ କହିଛନ୍ତି।</p>

Related story