ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ

କଟକ: ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଖାତା ଦେଖାରେ ନିୟୋଜିତ ଶିକ୍ଷକଙ୍କ ନାମ ତାଲିକା ବୋର୍ଡ ୱେବ ସାଇଟ୍ www.odisha.indiaresults.com ରେ ଉପଲବ୍ଧ ହେଉଛି। ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ କହିଛନ୍ତି, “ସ୍କୁଲର ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍‌ ସାଇଟରେ ନିଜ ସ୍କୁଲ କୋଡ ବ୍ୟବହାର କରି ସମସ୍ତ ସୂଚନା ପାଇ ପାରିବେ। ୱେବ ସାଇଟ୍‌ରୁ ସୂଚନପତ୍ର ଡାଉନ୍‌ଲୋଡ […]

dakhyanada

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 04:27 PM IST

କଟକ: ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଖାତା ଦେଖାରେ ନିୟୋଜିତ ଶିକ୍ଷକଙ୍କ ନାମ ତାଲିକା ବୋର୍ଡ ୱେବ ସାଇଟ୍ www.odisha.indiaresults.com ରେ ଉପଲବ୍ଧ ହେଉଛି।

ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ କହିଛନ୍ତି, “ସ୍କୁଲର ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍‌ ସାଇଟରେ ନିଜ ସ୍କୁଲ କୋଡ ବ୍ୟବହାର କରି ସମସ୍ତ ସୂଚନା ପାଇ ପାରିବେ। ୱେବ ସାଇଟ୍‌ରୁ ସୂଚନପତ୍ର ଡାଉନ୍‌ଲୋଡ କରି ମୂଲ୍ୟାୟନ କେନ୍ଦ୍ରରେ ଦେଖାଇବା ପାଇଁ ପଡିବ। କାରଣ ବୋର୍ଡ ପକ୍ଷରୁ ଚଳିତବର୍ଷ ଖାତା ଦେଖାରେ ନିୟୋଜିତ ଶିକ୍ଷକମାନଙ୍କୁ ପତ୍ର ମାଧ୍ୟମରେ ଯୋଗାଯୋଗ କରାଯିବ ନାହିଁ। ତେବେ ଚଳିତ ବର୍ଷ ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ହେବେ। ଚଳିତବର୍ଷ ୮୨୩୩ଟି ସ୍କୁଲର ୫୮ ହଜାର ୧୨୩ ଜଣ ଶିକ୍ଷକ ନିଜ ନାମ ଅନ୍‌ଲାଇନ୍ ପଞ୍ଜୀକରଣ କରିଛନ୍ତି।”

Related story