ମାସ୍କ ନ ପନ୍ଧିଲେ ପ୍ରଥମେ ହଜାରେ, ତା’ ପରେ ୫ ହଜାର ଫାଇନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଫାଇନ ରାଶିକୁ ବୃଦ୍ଧି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କହିବା ଅନୁସାରେ, ମାସ୍କ ଠିକ ଭାବେ ନ ପିନ୍ଧିଲେ ପ୍ରଥମ ଦୁଇଟି ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ହଜାର ଲେଖାଏ ଫାଇନ ଦେବାକୁ ପଡ଼ିବ। ଏହାପରେ ନିୟମ ଉଲ୍ଲଙ୍ଘନ କଲେ […]

dts

dts

Hemant Lenka
  • Published: Friday, 31 July 2020
  • Updated: 31 July 2020, 07:07 PM IST

Sports

Latest News

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଫାଇନ ରାଶିକୁ ବୃଦ୍ଧି କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କହିବା ଅନୁସାରେ, ମାସ୍କ ଠିକ ଭାବେ ନ ପିନ୍ଧିଲେ ପ୍ରଥମ ଦୁଇଟି ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ହଜାର ଲେଖାଏ ଫାଇନ ଦେବାକୁ ପଡ଼ିବ। ଏହାପରେ ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

ସେହିପରି ବିବାହ ପାଇଁ ଅନୁମତି ନେଇ ସାମାଜିକ ଦୂରତ୍ୱ ନିୟମକୁ ନମାନିଲେ ଅବା ଲୋକଙ୍କ ଭିଡ଼ ଜମାଇଲେ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ବିବାହ ସ୍ଥଳୀକୁ ମଧ୍ୟ ସିଲ୍ କରାଯିବ। ଏହି ଜୋରିମାନା କିଭଳି ଅଧିକ ହେବ ସେଥିପ୍ରତି ସରକାର ଦୃଷ୍ଟି ଦେବେ। ଦରକାର ପଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା ରାଶିକୁ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ବୃଦ୍ଧି କରାଯିବ।

୧୦ରୁ ଅଧିକ ଲୋକ କୌଣସି ସ୍ଥାନରେ ଏକଜୁଟ ହେଲେ ଅବା ସେଭଳି କାର୍ଯ୍ୟକ୍ରମ ହେଉଥିଲେ ସମ୍ପୃକ୍ତ ଆୟୋଜକଙ୍କଠୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଅଧିକ ଜୋରିମାନା କିଭଳି ଆଦାୟ ହୋଇପାରିବ ସେଥିପ୍ରତି ନଜର ଦିଆଯାଉଛି।

ସେହିପରି ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦିଗୁଡ଼ିକ ଖୋଲିବ। ସେଠାରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧା ନିୟମକୁ ପାଳନ ନକଲେ ସମ୍ପୃକ୍ତ ଦୋକାନର ମୁଖ୍ୟ ବା ମାଲିକଙ୍କଠୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଯଦି ସାମାଜିକ ଦୂରତ୍ୱ ପାଳନ ନହେବ ତା’ହେଲେ ପ୍ରଥମ ଉଲ୍ଲଘଂନ ପାଇଁ ଗୋଟିଏ ସପ୍ତାହ ଓ ଦ୍ୱିତୀୟଥର ଉଲ୍ଲଘଂନ କଲେ ଏକମାସ ପର୍ଯ୍ୟନ୍ତ ଉକ୍ତ ଦୋକାନ ବା ବଜାରକୁ ସିଲ୍ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ଛେପ ନପକାଇବା ଭଳି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ । ମହାମାରୀ ଆଇନକୁ ସଂଶୋଧନ କରି ରାଜ୍ୟ ସରକାର ମାସ୍କ ନପିନ୍ଧିବା ଓ ସର୍ବସାଧାରଣରେ ଛେପ ପକାଇଲେ ଦଣ୍ଡର ପ୍ରାବଧାନ କରିଥିଲେ। ତେବେ ଏହି ନିଷ୍ପତ୍ତିରେ ରାଜ୍ୟ ସରକାର ସାମାନ୍ୟ ସଂଶୋଧନ କରିଛନ୍ତି।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି, ଲୋକଙ୍କ ଜୀବନ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆମର ମୃତ୍ୟୁ ହାର ସାରା ଭାରତରେ ସର୍ବନିମ୍ନ। ଆରୋଗ୍ୟ ହାର ବେଶୀ। ଯୁଦ୍ଧର କେଉଁ ସ୍ଥାନରେ ପହଞ୍ଚିଛୁ ଏବେ କହିବା ଠିକ ହେବନି। ତେବେ ଯୁଦ୍ଧର ଫଳାଫଳ ଉତ୍ସାହଜନକ ଥିବା ଆମେ ଦେଖୁଛୁ। ଏହା ଏକ ଚାଲେଞ୍ଜିଂ ରୋଗ, ପରିଚାଳନା କରିବାକୁ ବହୁ ସମସ୍ୟା ରହୁଛି।

ଆମେ ଧୀରେଧୀରେ କଟକଣା ହଟାଉଛୁ, ଟ୍ରେନ ଚଳାଚଳ କଲାଣି। ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଓଡ଼ିଶାକୁ ଆସୁଛନ୍ତି। ଜୀବନ ଜୀବିକାକୁ ସ୍ୱାଭାବିକ କରିବାକୁ ଆମକୁ କୋହଳ କରିବାକୁ ପଡ଼ିବ। ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି। ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story