ମାଟି ଅତଡ଼ା ଧସି କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ରେଳ ଚଳାଳଚଳ ବାଧାପ୍ରାପ୍ତ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ପଥର ଓ ମାଟି ଅତଡ଼ା ଧସି ଆଜି କୋରାପୁଟରୁ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି। କୋରାପୁଟ ଠାରୁ ୧୩ କିଲୋମିଟର ଦୂର ଡୁମୁରିପୁଟ ଓ ଦାମନଯୋଡ଼ି ମଧ୍ୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ରେଳ ଧାରଣା ଉପରେ ପଡ଼ିଛି। ଫଳରେ ଏହି ରୁଟରେ ରେଳ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।  ଧାରଣା ଉପରେ ପଡ଼ିଥିବା ପଥରକୁ ବ୍ଲାଷ୍ଟିଂ କରି ହଟାଇବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି। […]

matiatada

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 07:41 AM IST

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ପଥର ଓ ମାଟି ଅତଡ଼ା ଧସି ଆଜି କୋରାପୁଟରୁ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି। କୋରାପୁଟ ଠାରୁ ୧୩ କିଲୋମିଟର ଦୂର ଡୁମୁରିପୁଟ ଓ ଦାମନଯୋଡ଼ି ମଧ୍ୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ରେଳ ଧାରଣା ଉପରେ ପଡ଼ିଛି। ଫଳରେ ଏହି ରୁଟରେ ରେଳ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।  ଧାରଣା ଉପରେ ପଡ଼ିଥିବା ପଥରକୁ ବ୍ଲାଷ୍ଟିଂ କରି ହଟାଇବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି। ସେହିପରି ମାଛକୁଣ୍ଡ ନିକଟରେ ମଧ୍ୟ  ମାଟି ଅତଡ଼ା ଧସିବାରୁ ଏହି ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଏଇ ରୁଟ୍ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରାନକୁ ବାତିଲ କରି ଦିଆଯାଇଛି।

Related story