ପୁଲିସକୁ ସତ କହିବାରୁ କାର୍ ଜାଳିଦେଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): କୋଇଲା ମାଫିଆଙ୍କ ବିଷୟରେ ପୁଲିସଙ୍କୁ ତଥ୍ୟ ଦେବାରୁ, ଘର ନିକଟରେ ଥିବା ହୁଣ୍ଡାଇ କାର ଟିକୁ ଜାଳିଦେଲେ କୋଇଲା ମାଫିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର, ମାରପୁର ଗାଁରେ। ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ ରାତାରାତି ମାଲାମାଲ ହେଉଛନ୍ତି।  ଏହି ଘଟଣା ବାରମ୍ଵାର ଘଟୁଥିବାର ଖବର ପାଇ ଗତକାଲି ଆରପିଏଫ୍ ପୁଲିସ ଇଚ୍ଛାପୁର ନିକଟରେ […]

bhadrak

Ranjit Kumar Jena
  • Published: Tuesday, 13 October 2020
  • , Updated: 13 October 2020, 10:15 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): କୋଇଲା ମାଫିଆଙ୍କ ବିଷୟରେ ପୁଲିସଙ୍କୁ ତଥ୍ୟ ଦେବାରୁ, ଘର ନିକଟରେ ଥିବା ହୁଣ୍ଡାଇ କାର ଟିକୁ ଜାଳିଦେଲେ କୋଇଲା ମାଫିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର, ମାରପୁର ଗାଁରେ।

ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ ରାତାରାତି ମାଲାମାଲ ହେଉଛନ୍ତି।  ଏହି ଘଟଣା ବାରମ୍ଵାର ଘଟୁଥିବାର ଖବର ପାଇ ଗତକାଲି ଆରପିଏଫ୍ ପୁଲିସ ଇଚ୍ଛାପୁର ନିକଟରେ ରେଡ୍ କରିଥିଲା। ଏପରିକି କେଉଁଠି କୋଇଲା ଚୋରି ହେଉଛି, ସେ ନେଇ ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ।

ସେ ମଧ୍ୟ କୋଇଲା ଚୋରି ହେଉଥିବାର ଠିକଣା ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସକୁ ସବୁ ତଥ୍ୟ ଦେବା କଥାକୁ ହଜମ କରିପାରିନଥିଲେ କୋଇଲା ମାଫିଆ। ଯାହା ଫଳରେ ଏହି ରାଗ ରଖି କୋଇଲା ମାଫିଆମାନେ ଗତକାଲି ବିଳମ୍ବିତ ରାତିରେ ପ୍ରତାପ ବେହେରାଙ୍କ ହୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ପ୍ରତାପ ଓ ତାଙ୍କ ପରିବାର।

Related story