ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍ କେସ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୨ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୯ ଲୋକାଲ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
ଭୁବନେଶ୍ୱର ଟାଉନ୍ରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ କେସ #Odisha #BMC https://t.co/VesayGqr1r
— Odisha Reporter (@OdishaReporter) August 7, 2020
ସାଲିଆସାହିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩, ଡୁମୁଡୁମାରୁ ୩, ବଡ଼ଗଡ଼ରୁ ୨, ଓଲଡ ଟାଉନରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡାରୁ ୨, ୟୁନିଟ-୧ରୁ ୨, ଭୀମପୁରରୁ ୨, ନୀଳାଦ୍ରି ବିହାରରୁ ୨, ସାମନ୍ତରାପୁରରୁ ୨, ସହିଦ ନଗରରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛି। ଆଜି ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ବିଏମ୍ସି ଅଞ୍ଚଳରେ ଆଜି ସୁଦ୍ଧା ୩୫୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୯୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।