ମହଙ୍ଗା ପଡ଼ିଲା ପ୍ରଜାକୋର୍ଟ; ୧୨ ଗିରଫ

ବାରିପଦା: ଗାଁ ଲୋକଙ୍କ ପାଇଁ ମହଙ୍ଗା ପଡ଼ିଲା ପ୍ରଜାକୋର୍ଟ। ଆଜି ପୋଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ତେବେ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଏବେ ଗିରଫଦାରି ଭୟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ୱଯୋଡ଼ା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଆମ୍ୱଯୋଡ଼ା ଗାଁରେ ଜଣେ ବିଧବାଙ୍କ ଘରକୁ ଜଣେ ବ୍ୟକ୍ତି ବାରମ୍ୱାର ଯାଉଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି […]

Betanati

Betanati

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 06:44 PM IST

Sports

Latest News

ବାରିପଦା: ଗାଁ ଲୋକଙ୍କ ପାଇଁ ମହଙ୍ଗା ପଡ଼ିଲା ପ୍ରଜାକୋର୍ଟ। ଆଜି ପୋଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ତେବେ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଏବେ ଗିରଫଦାରି ଭୟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ୱଯୋଡ଼ା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି।

ଆମ୍ୱଯୋଡ଼ା ଗାଁରେ ଜଣେ ବିଧବାଙ୍କ ଘରକୁ ଜଣେ ବ୍ୟକ୍ତି ବାରମ୍ୱାର ଯାଉଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଜାଣିବା ପାଇଁ ଗାଁ ଲୋକେ ମଙ୍ଗଳବାର ପ୍ରଜାକୋର୍ଟ ବସାଇ ଥିଲେ। ଉଭୟଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ଥିଲେ। ମାତ୍ର ଉଭୟ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ସେମାନଙ୍କ ହାତ ଓ ଗୋଡ଼ ବାନ୍ଧି ଗାଁ ବୁଲାଇ ଥିଲେ। ପରେ ଉଭୟଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସେମାନଙ୍କୁ ଗାଳି ଦେବା ସହିତ ସେମାନଙ୍କ ଦେହରେ ଲଙ୍କା ଗୁଣ୍ଡ ଓ ବିଛୁଆତି ମାରିଥିଲେ। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos