Advertisment

ITI ପାସ୍ କରିଥିଲେ, ଏବେ ବାପାଙ୍କ ସାଇକେଲ ମରାମତି ଦୋକାନ ସମ୍ଭାଳୁଛନ୍ତି

ବାରିପଦା (ମାନିକ୍ ଲାଲ୍ ପାଣି): ନାରି ଆଜି ଅବଳା ନୁହେଁ, ସେ ସବଳା। ବାପା ବଞ୍ଚିଥିବା ବେଳେ ମତେ ବୁଝେଇ ସୁଝେଇ ପାଠ ପଢ଼ାଇଥିଲେ। ବାପାଙ୍କ କଥା ରଖି ଆଇଟିଆଇ ପାସ୍ କଲେ। ଆଉ ଆଜି ତାହା କାମରେ ଆସିଲା। ନିଜେ ନିଜ ଗୋଡ଼ରେ ଠିଆ ହୋଇ ଘର ଚଳାଇ ପାରୁଛନ୍ତି। ଏମିତି ଜଣେ ସ୍ୱାଭିମାନୀ ଝିଅ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର, ଯାହାଙ୍କ ନାଁ ପୁଷ୍ପିତା ଦେଓ। ଆଇଟିଆଇ ପାସ୍ କରିବା ପରେ ପୁଷ୍ପିତା ଏକ ସାଇକେଲ୍ […]

ଅଦ୍ୟତନ ହୋଇଛି
ITI ପାସ୍ କରିଥିଲେ, ଏବେ ବାପାଙ୍କ ସାଇକେଲ ମରାମତି ଦୋକାନ ସମ୍ଭାଳୁଛନ୍ତି

puspita

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ନାରି ଆଜି ଅବଳା ନୁହେଁ, ସେ ସବଳା। ବାପା ବଞ୍ଚିଥିବା ବେଳେ ମତେ ବୁଝେଇ ସୁଝେଇ ପାଠ ପଢ଼ାଇଥିଲେ। ବାପାଙ୍କ କଥା ରଖି ଆଇଟିଆଇ ପାସ୍ କଲେ। ଆଉ ଆଜି ତାହା କାମରେ ଆସିଲା। ନିଜେ ନିଜ ଗୋଡ଼ରେ ଠିଆ ହୋଇ ଘର ଚଳାଇ ପାରୁଛନ୍ତି। ଏମିତି ଜଣେ ସ୍ୱାଭିମାନୀ ଝିଅ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର, ଯାହାଙ୍କ ନାଁ ପୁଷ୍ପିତା ଦେଓ। ଆଇଟିଆଇ ପାସ୍ କରିବା ପରେ ପୁଷ୍ପିତା ଏକ ସାଇକେଲ୍ ମରାମତି ଦୋକାନ କରି ଘର ଚଳାଉଛନ୍ତି। ଆଉ ଏପରି କାମ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ମୟୁରଭଞ୍ଜ ଜିଲା ଦନ୍ତୀଆମୁହାଁ ଗାଁ ଛକରେ ଏକ ଛୋଟିଆ ଚାଳ ଛପର ଘରେ ସାଇକେଲ୍ ମରାମତି କରନ୍ତି ପୁଷ୍ପିତା ଦେଓ। ନିଜ ବାପାଙ୍କ ଦେହାନ୍ତ ହେବ ପରେ ପୁଷ୍ପିତା ଏହି ଦୋକାନକୁ ନିଜେ ଚଳାଉଛନ୍ତି। ନିଜେ ସାଇକେଲର ଟାଲ ମାରୁଛନ୍ତି। ନିଜେ ମଧ୍ୟ ଲିକ୍ ହୋଇଥିବା ଟ୍ୟୁବର ପ୍ୟାଚ୍ କରୁଛନ୍ତି। ଏପରିକି ନିଜେ ସାଇକେଲ ପମ୍ପ ମଧ୍ୟ ଦେଉଛନ୍ତି ପୁଷ୍ପିତା। ବାପାଙ୍କ ଅକାଳ ମୃତ୍ୟୁ ହେବା ପରେ ସେ ଏହି କାମକୁ ଆପଣାଇ ନେଇଛନ୍ତି।

ପୁଷ୍ପିତା ଯେ କେବେଳ ସାଇକେଲ ଦୋକାନ କରନ୍ତି ତା ନୁହଁ ବରଂ ବାପାଙ୍କ ଗଲା ପରେ ତାଙ୍କ ଉପରେ ରହିଛି ପରିବାରର ଆର୍ଥିକ ବୋଝ। ସେ ନିଜ ମା’ ଓ ତିନି ସାନ ଭଉଣୀ ଏବଂ ଗୋଟିଏ ସାନ ଭାଇ ସହ ରୁହନ୍ତି। ପୁଷ୍ପିତାଙ୍କ ଉପରେ ନିଜ ଭାଇ-ଭଉଣୀଙ୍କର ପାଠପଢ଼ା ଦାୟିତ୍ୱ ମଧ୍ୟ ରହିଛି। ପୁଷ୍ପିତା ଯାହା କିଛି ଆୟ କରନ୍ତି, ସେଥିରେ ଘରର ଆର୍ଥିକ ଅଭାବ ପୁରଣ ହୁଏ। ପୁଷ୍ପିତା ନିଜ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବାର ସ୍ୱପ୍ନ ଦେଖିଛନ୍ତି। ସକାଳୁ ସକାଳୁ ସାଇକେଲ ଦୋକାନ, ଘରର ରୋଷେଇ ବାସ ତା ସହ ଆବଶ୍ୟକ ପଡିଲେ ସେ ଚାଷବାସ କାମରେ ମଧ୍ୟ ଲାଗି ପଡନ୍ତି। ପୁଷ୍ପିତାଙ୍କୁ ବାପା ବହୁ କଷ୍ଟରେ ଆଇଟିଆଇ ପାଠ ପଢ଼ାଇ ଥିଲେ। ତାଙ୍କ ଉପରେ ବାପାଙ୍କ ଅନେକ ଆଶା ଥିଲା। ହେଲେ ବାପା ଚାଲିଗଲା ପରେ ତାଙ୍କ ସ୍ୱପ୍ନକୁ ସାକାର କରିବା, ଘରଟିଏ କରିବା ଏବଂ ସାନ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବାର ଦାୟିତ୍ୱ ପୁଷ୍ପିତା ନିଜ ମୁଣ୍ଡକୁ ନେଇଛନ୍ତି।

Advertisment

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସାଧାରଣତଃ ମହିଳାଙ୍କ ପକ୍ଷେ ବ୍ୟବସାୟ କରିବା କିମ୍ବା ସ୍ୱାବଲମ୍ବୀ ହେବା କଷ୍ଟଦାୟକ କାମ। ହେଲେ ଆଜିର ଯୁଗରେ ଜଣେ ଯୁବତୀ ଘରୁ ପାଦ କାଢ଼ି ସାଇକେଲ ମରାମତି ଦୋକାନ ଚଳାଇ ନିଜ ପରିବାରର ଦାୟିତ୍ୱ ବହନ କରିବା ପରି ଘଟଣା ଏବେ ଚର୍ଚ୍ଚା ସାଉଁଣ୍ଟିଛି। ଆଇଟିଆଇ ପାସ୍ ପରେ ସାଇକେଲ ମରାମତି ଦୋକାନ କରୁଥିବା ଜଣେ ଯୁବତୀଙ୍କ ବିରଳ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe