‘ମ୍ୟାନେଜମେଣ୍ଟ ହାଏ ହାଏ... ଦରମା ନଦେଲେ ଉଠିବୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଗରେ ନର୍ସିଂ ଷ୍ଟାଫଙ୍କ ଧାରଣା । ଦରମା ଦାବିରେ ନର୍ସିଂ ଷ୍ଟାଫ, ଏଏନଏମ୍, ଜିଏନଏମ୍ ଏବଂ କର୍ମଚାରୀମାନ ବିକ୍ଷୋଭ କରିଛନ୍ତି । କରୋନା ଭଳି ଜରୁରୀ ପରିସ୍ଥିତିରେ ସମସ୍ତେ ନିଷ୍ଠାର ସହ କାମ କରୁଥିବା ବେଳେ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଏପରିକି କାମ କଲେ କର ନ ହେଲ ଚାଲିଯାଓ ବୋଲି ମ୍ୟାନେଜମେଣ୍ଟ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । […]

Nurshing-staff-protest

Nurshing-staff-protest

Madhupriya Mistry
  • Published: Wednesday, 09 December 2020
  • Updated: 09 December 2020, 12:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଗରେ ନର୍ସିଂ ଷ୍ଟାଫଙ୍କ ଧାରଣା । ଦରମା ଦାବିରେ ନର୍ସିଂ ଷ୍ଟାଫ, ଏଏନଏମ୍, ଜିଏନଏମ୍ ଏବଂ କର୍ମଚାରୀମାନ ବିକ୍ଷୋଭ କରିଛନ୍ତି । କରୋନା ଭଳି ଜରୁରୀ ପରିସ୍ଥିତିରେ ସମସ୍ତେ ନିଷ୍ଠାର ସହ କାମ କରୁଥିବା ବେଳେ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଏପରିକି କାମ କଲେ କର ନ ହେଲ ଚାଲିଯାଓ ବୋଲି ମ୍ୟାନେଜମେଣ୍ଟ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେପ୍ଟେମ୍ବର ୧୪ରୁ ଡିସେମ୍ବର ୧୪ଯାଏଁ ୬୦ରୁ ଅଧିକ ଜଣ ନିର୍ସିଂ ଷ୍ଟାଫଙ୍କୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଏଯାଏଁ ମାତ୍ର ୧୫ ଦିନର ଦରମା ଦିଆଯାଇଛି । ଆଉ ବାକି ଦରମା ମିଳିନାହିଁ । ଗତ ୪ ତାରିଖରେ କର୍ତ୍ତୃପକ୍ଷ ପୁରା ଦରମା ଦେବାକୁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ଦରମା ମିଳିନଥିବାରୁ କର୍ମଚାରୀମାନ ହସ୍ପିଟାଲ ଫାଟକ ସମ୍ମୁଖରେ  ପ୍ରତିବାଦ  କରିଛନ୍ତି । ଦରମା ନ ମିଳିବା ଯାଏଁ ଉଠିବୁନି ବୋଲି ବିକ୍ଷୋଭକାରୀମାନ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos