ଶ୍ରୀକ୍ଷେତ୍ରରେ କାଲି ବିଜେଡିର ମେଗା ସୋ: ୨୦ ପ୍ରଶ୍ନ ପଚାରି ଘାଇଲା କଲା ବିଜେପି

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର):ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିକୁ  ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିରୋଧୀ। ୨୦  ବର୍ଷରେ ପହଁଞ୍ଚିଥିବା ବିଜେଡି ମୁଖିଆଙ୍କୁ ବିଜେପି ପଚାରିଛି ୨୦ ଟି ପ୍ରଶ୍ନ।  ସରକାରଙ୍କ ବିକାଶର ବାର୍ତ୍ତା ଉପେରେ ସନ୍ଦେହ ପ୍ରକାଶ କରି କଂଗ୍ରେସ ମଧ୍ୟ ପଚାରିଛି କିଛି ପ୍ରଶ୍ନ ।  ଏପଟେ ଆସନ୍ତା କାଲି ପୁରୀରେ ଦଳର ମେଗା ସୋ ପାଇଁ ବ୍ୟାପକ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି ।

ଅନ୍ୟପଟେ ଦୁଇ ଦଶନ୍ଧିର ଯାତ୍ରାର ହିସାବ ଦେଇଛି ବିଜେଡି।  ସହର -ବଜାର, ରାସ୍ତା- ଘାଟ, ଗଳି କନ୍ଦି ସବୁଠି ସଫଳତାର ଗାଥା।  କେଉଁଠି ବିଜୁ ଏକ୍ସପ୍ରେସ ୱେର ହିସାବ ତ’ କେଉଁଠି ରାଜଧାନୀକୁ ସ୍ମାର୍ଟ ସିଟି କରିବାର  ଗୌରବମୟ ଚିତ୍ର।  ପୁଣି କେଉଁଠି ସଫଳ କ୍ରୀଡା ମହୋତ୍ସବର ଆୟୋଜନ।  ତେବେ ସରକାରଙ୍କ ହିସାବ ବିକାଶର ଏ ଗୋଲାପି ଚିତ୍ରକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ।  ୨୦ ବର୍ଷ ପୂର୍ତ୍ତି ପାଳନ କରିବା ଆଗରୁ ଦଳର ମୁଖିଆଙ୍କୁ ଆଜି ବିଜେପି ପଚାରିଛି ୨୦ ଟି ପ୍ରଶ୍ନ।  ଏଥିରେ ଅଛି  ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେବେ ସରକାର ଫେରେଇବେ ଲୁଟ ଟଙ୍କା ? ଜରିମାନା ଆଦାୟରେ ଖଣି ଲିଜ ଧାରୀଙ୍କୁ ଅଯାଚିତ ଅନୁକମ୍ପା କାହିଁକି? ଚାଷୀ ଆତ୍ମହତ୍ୟାକୁ କେବେ ମାନିବେ ସରକାର ? କୃଷି କମିଶନ ରିପୋର୍ଟ କୁଆଡେ ଗଲା ? ଭାଗଚାଷୀଙ୍କୁ କେବେ ମିଳବ ଅଧିକାର ? ୩୬ ଲକ୍ଷ ଘରେ କେବେ ପହଁଞ୍ଚିବ ବିଜୁଳି ? ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ଡାକ୍ତର ପଦବୀ କେବେ ପୂରଣ ହେବ?  ଖାଲି ପଡିଥିବା ୪୪ ହଜାର ଶିକ୍ଷକ ପଦ କେବେ ପୁରଣ ହେବ ?

ସମାନ ଢଙ୍ଗରେ କଂଗ୍ରେସ ମଧ୍ୟ ଅନକେ ପ୍ରଶ୍ନ ପଚାରି ନବୀନଙ୍କୁ  କାଠ ଗଡାରେ ଠିଆ କରିଛି । ଏପଟେ ଆସନ୍ତାକାଲିର ମେଗା ସୋ ପାଇଁ ପୁରୀ ତାଳବଣିଆରେ ଜୋରଦାର ଚାଲିଛି  ପ୍ରସ୍ତୁତି ପର୍ବ।   ସହରରେ ଛାଇ ଗଲାଣି ପୋଷ୍ଟର ବ୍ୟାନର ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଆଜି ଚୌଦ୍ୱାରରୁ ବାହାରିଥିଲା ଦଳର ସାଇକେଲ ଶୋଭାଯାତ୍ରା । ନବୀନ ନିବାସରେ ପହଁଞ୍ଚିବା ପରେ ସାଇକେଲରେ ଆସିଥିବା କର୍ମୀଙ୍କୁ ନବୀନ ନିବାସରେ ସ୍ୱାଗତ କରିଥିଲେ ବିଜେଡି ସୁପ୍ରିମୋ।   ୨୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରୁ ଆଗାମୀ ଓଡିଶାର ବିକାଶ ଯାତ୍ରାର ରୋଡ ମ୍ୟାପ ପ୍ରସ୍ତୁତ କରିବ ବିଜେଡି।  ଏଥିରେ ସରକାରଙ୍କ ୧୭ ବର୍ଷ ସଫଳତାର ଯାତ୍ରା ଓ ଆଗାମୀ ଦିନର ଲକ୍ଷ୍ୟ ଉପରେ ମାନସ ମନ୍ଥନ କରିବେ ନେତା।

Ordigital Desk
• Published: Monday, 25 December 2017
• Updated: 25 December 2017, 08:56 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos