ଦୁଃଖ ଦେଲା ଦଇବ: ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ:ଦୁଃଖ ଦେଲା ଦଇବ। ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ। […]

fgh

Tapas Behera
  • Published: Sunday, 10 February 2019
  • , Updated: 10 February 2019, 07:57 PM IST

ଢେଙ୍କାନାଳ:ଦୁଃଖ ଦେଲା ଦଇବ। ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି।

୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ।

ଫଳରେ ଏବେ ଗୋଡ଼ରେ ବନ୍ଧା ହୋଇ ଗୋଟିଏ ସ୍ଥାନରେ ରହୁଛନ୍ତି ଅନିଲ୍‌। ପ୍ରାୟ ବର୍ଷେ ହେଲାଣି ଗୋଡ଼ରେ ଚେନ୍‌ରେ ତାଲା ପକାଇ ଘରେ ବାନ୍ଧି ରଖାଯାଉଛି। ପୁଅର ଅଧିକ ଚିକିତ୍ସା ପାଇଁ ସାହାଯ୍ୟ ମାଗିଛନ୍ତି ବାପା ଅକ୍ଷୟ କୁମାର ପଧାନ।

ସେପଟେ ଅନିଲଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ସାହାଯ୍ୟ କରାଯିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ।

Related story