କାମ ନକରି ମନରେଗାରେ ଶ୍ରମିକ ସାଜି ଲୁଟିଲେ ସରପଞ୍ଚଙ୍କ ପରିବାର!

ବାଙ୍କୀ(ଓଡ଼ିଶା ରିପୋର୍ଟର): ଗରିବଙ୍କ ହାତକୁ କାମ ଓ ପେଟକୁ ଦାନା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ମନରେଗା ଯୋଜନା ପ୍ରରୟଣ କରିଛନ୍ତି। ହେଲେ ଏଥିରେ ହୋଇଛି ମହା ଦୁର୍ନୀତି। ତାହା ପୁଣି ଖୋଦ୍ ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଆସିଛି ଏପରି ଅଭିଯୋଗ। କାମ ନକରି ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ସାଜିଛନ୍ତି ଶ୍ରମିକ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ କୁଶପଙ୍ଗି ସରପଞ୍ଚ ଓ ତାଙ୍କ ପରିବାର […]

Banki

Banki

Manoranjan Sial
  • Published: Friday, 06 August 2021
  • Updated: 06 October 2021, 04:33 PM IST

Sports

Latest News

ବାଙ୍କୀ(ଓଡ଼ିଶା ରିପୋର୍ଟର): ଗରିବଙ୍କ ହାତକୁ କାମ ଓ ପେଟକୁ ଦାନା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ମନରେଗା ଯୋଜନା ପ୍ରରୟଣ କରିଛନ୍ତି। ହେଲେ ଏଥିରେ ହୋଇଛି ମହା ଦୁର୍ନୀତି। ତାହା ପୁଣି ଖୋଦ୍ ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଆସିଛି ଏପରି ଅଭିଯୋଗ। କାମ ନକରି ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ସାଜିଛନ୍ତି ଶ୍ରମିକ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ କୁଶପଙ୍ଗି ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ।

୨୦୧୪ ମସିହାରେ ମନରେଗାରେ ଜବ୍‌କାର୍ଡ଼ ପାଇଥିଲେ କୁଶପଙ୍ଗାର ଜୟଦେବ ଜେନା, ପତ୍ନୀ ପୁଷ୍ପଲତା, ତାଙ୍କର ଦୁଇ ପୁଅ, ବୋହୂ ଓ ଝିଅଙ୍କୁ ମିଶାଇ ମୋଟ୍‌ ୬ ହିତାଧିକାରୀ। ତେବେ ଜୟଦେବଙ୍କ ସାନ ବୋହୂ ପୁଷ୍ପଲତା ପରିଡ଼ା ସରପଞ୍ଚ ହେବା ପରେ ମଧ୍ୟ ସେମାନେ ସକ୍ରିୟ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଜୟଦେବଙ୍କ ପତ୍ନୀ ପୁଷ୍ପଲତା ନାଁରେ ଅଛି ତିନି ତିନିଟି ଦାମୀ କାର। ଏସବୁ ପରେ ବି ତାଙ୍କ ନାଁରେ ରହିଛି ଜବକାର୍ଡ। ସେହିଭଳି ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ସ୍ୱାମୀ ଯୁବ ବିଜେଡିର ବ୍ଲକ୍‌ ସଭାପତି ଥିଲେ ମଧ୍ୟ ମନରେଗା କାମର ଭେଣ୍ଡର ଭାବେ କାମ କରୁଛନ୍ତି। ଏହା ସତ୍ତ୍ୱେ ସେ ଶ୍ରମିକ ତାଲିକାରୁ ବାଦ ପଡିନାହାନ୍ତି।

୨୦୧୭ -୧୮ ଆର୍ଥିକ ବର୍ଷରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୁଶପଙ୍ଗି ସମେତ ଆଖପାଖ ପଞ୍ଚାୟତରେ ମନରେଗା ଯୋଜନାରେ ୪୦ରୁ ଅଧିକ ପ୍ରକଳ୍ପରେ ଭେଣ୍ଡରିଂ କରି ଆସୁଛନ୍ତି ସରପଞ୍ଚଙ୍କ ସ୍ୱାମୀ ଅସିତ କୁମାର ଜେନା। ଏପଟେ ତାଙ୍କ ନାଁରେ ମଧ୍ୟ ପ୍ରତିବର୍ଷ ମନରେଗା ଯୋଜନାରେ ଶ୍ରମିକ ଭାବେ ଚାଲିଛି ଅର୍ଥ ଉଠାଣ।  ଏପରିକି ଜେନା ପରିବାରର ସବୁ ସଦସ୍ୟ ନିୟମିତ ଭାବେ ଶ୍ରମିକ ଭାବେ କାମ କରି ଟଙ୍କା ଉଠାଉଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଦୁଇ ମହଲା ଘର, ପିଡିଏସ ଡିଲର, ଦାମୀ କାର, ବିଦେଶ ଗସ୍ତ, ମନରେଗାରେ ଭେଣ୍ଡରିଂ ଓ ଶାସକ ଦଳରେ ପଦାଧିକାରୀ ହୋଇ ବି ମନରେଗା ଶ୍ରମିକ ଭାବେ କେମିତି ଟଙ୍କା ଉଠାଉଥିଲେ ସରପଞ୍ଚଙ୍କ ସ୍ୱାମୀ ଓ ପରିବାର ଲୋକେ? ବାଙ୍କୀର ଏହି ବଡ଼ ଦୁର୍ନୀତି ନେଇ ବିଜେପି ଟାର୍ଗେଟ୍ କରିଥିବା ବେଳେ ଘଟଣା ସମ୍ପର୍କରେ ଜେନା ପରିବାର କୌଣସି ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି।

ତେବେ ଘୋଟାଲାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ମାମଲାର ତଦନ୍ତ କାରଯାଉଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କୁମାର କର।

ସେପଟେ ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ସ୍ୱାମୀ ଅସିତ କୁମାର ଜେନାଙ୍କ ହାତ ବହୁ ଲମ୍ୱା ବୋଲି ଆଲୋଚନା ହେଉଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସହିତ ଅସିତ କୁମାର ଜେନାଙ୍କ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos