ଜେଲ ଗଲେ ଦୁର୍ଗା: ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଲେ ଦଣ୍ଡ

ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସ ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରକୁ  ଜେଲ ଓ ଜରିମାନା। ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାକୁ ବିଚାର କରି ସଂସ୍ଥାର ମୁଖ୍ୟ ଶ୍ରୀ ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ଜମାକାରୀଙ୍କ କ୍ଷତି ଭରଣା ଲାଗି ୨୧୫ କୋଟି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଇକ୍ରୋ ଫାଇନାନ୍ସ ଜମାକାରୀଙ୍କଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ଠକି ଥିବା ନେଇଥିଲା। ଏନେଇ ଅଭିଯୋଗ ହେବା ପରେ […]

Durga-Prasad-Mishra

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 07:25 PM IST

ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସ ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରକୁ  ଜେଲ ଓ ଜରିମାନା। ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାକୁ ବିଚାର କରି ସଂସ୍ଥାର ମୁଖ୍ୟ ଶ୍ରୀ ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ଜମାକାରୀଙ୍କ କ୍ଷତି ଭରଣା ଲାଗି ୨୧୫ କୋଟି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାଇକ୍ରୋ ଫାଇନାନ୍ସ ଜମାକାରୀଙ୍କଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ଠକି ଥିବା ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ସିବିଆଇ ସଂସ୍ଥାର ମୁଖ୍ୟ ଦୁର୍ଗା ପ୍ରସାଦଙ୍କୁ ୨୦୧୪ ଡିସେମ୍ବରରେ ଗିରଫ କରିଥିଲା।

ପୂର୍ବରୁ ସଂସ୍ଥାର ଅନ୍ୟତମ ଏମ୍‌ଡି ଅଶୋକ ପଟ୍ଟାୟକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ସାଢେ ତିନିବର୍ଷ ଜେଲଦଣ୍ଡ ଓ  ୧୦୫ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସାରା ଦେଶର ମାଇକ୍ରୋ ଫାଇନାନ୍ସ ୪୨୦ରୁ ଅଧିକ ବ୍ରାଞ୍ଚ  ଥିଲା। ଠକେଇ ନେଇ କଂପାନୀ ବିରୁଦ୍ଧରେ ୧୩ରୁ ଅଧିକ ମାମଲା ରୁଜୁ ହୋଇଥିଲା।

Related story