ପ୍ରବାସୀଙ୍କୁ ନେଇ ଫେରୁଥିଲା ଗାଡ଼ି, ଗଛରେ ପିଟି ହେଲା

ଅନୁଗୋଳ(ବିରଜା ଦାସ): ପ୍ରବାସୀ ଓଡିଆଙ୍କୁ ନେଇ ବୌଦ୍ଧରୁ ଆସୁଥିବା ଏକ ଗାଡି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଷୋଳପଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଗାଡ଼ିଟି ଏକ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ସମେତ ୧୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୧୧ ଜଣ ମେଡିକାଲରୁ ଡିସଚାର୍ଜ ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ପ୍ରାୟ ୧୪ଜଣ ଓଡ଼ିଆ ପଲାସାରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ  କୌଣସି ମତେ ସେଠାରୁ […]

angul-1--1

angul-1--1

Niharika Rout
  • Published: Thursday, 14 May 2020
  • Updated: 14 May 2020, 08:34 AM IST

Sports

Latest News

ଅନୁଗୋଳ(ବିରଜା ଦାସ): ପ୍ରବାସୀ ଓଡିଆଙ୍କୁ ନେଇ ବୌଦ୍ଧରୁ ଆସୁଥିବା ଏକ ଗାଡି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଷୋଳପଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଗାଡ଼ିଟି ଏକ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ସମେତ ୧୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୧୧ ଜଣ ମେଡିକାଲରୁ ଡିସଚାର୍ଜ ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ପ୍ରାୟ ୧୪ଜଣ ଓଡ଼ିଆ ପଲାସାରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ  କୌଣସି ମତେ ସେଠାରୁ ଆସି ବୌଦ୍ଧରେ ପହଞ୍ଚିଥିଲେ। ସେଠାରୁ ଏକ ଗାଡ଼ି ଭଡ଼ା କରି ନିଜ ଘର ଶ୍ରମିକ କେନ୍ଦୁଝର ଜିଲ୍ଲା ପୁରୁଣାକୋଟ ଅଞ୍ଚଳକୁ ଫେରୁଥିଲେ।

ମାତ୍ର ଗତକାଲି ବିଳମ୍ବିତ ରାତିରେ ଗାଡ଼ିଟି ଷୋଳପଦା ନିକଟରେ ଦୁର୍ଘଟଣା ହୋଇଥିଲା ।  ସ୍ଥାନୀୟ ଲୋକେ ଆହତମାନଙ୍କୁ  ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ୧୧ ଶ୍ରମିକଙ୍କୁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିନି ବସ୍‌ ଯୋଗେ କେନ୍ଦୁଝର ପଠାଇ ଦିଆଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos