ଜାଣିଛନ୍ତି କେଉଁଥିରେ ତିଆରି ଅଭିନେତା ମିହିର ଦାସ...

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗଲାକାଲି ମୁଁ ଭାଜପାରେ ମିଶିବି ବୋଲି କହିବା ପରେ ଗଣମାଧ୍ୟମ ଭାଇମାନେ ମୋତେ ପୁରା ଚିପୁଡି ଦେଇଛନ୍ତି। ମୁଁ ଭାବିଥିଲି, ମୁଁ କୋଉ ଗାଈର ଗୋବର ଯେ, ମୁଁ ଗୋଟେ ଜାଗାରୁ ଆଉ ଗୋଟିଏ ଯିବି, ମେତେ କିଏ ଅନଉଛି । କିନ୍ତୁ ଆଜ୍ଞା ଏ ଗାଈର ଗୋବରକୁ ଏତେ ଦୃଷ୍ଟି ଥିଲା ବୋଲି ମୁଁ ଜାଣି ନ ଥିଲି। ଆଜି ଜାଣୁଛି ମୁଁ ଗାଈର ନୁହେଁ ଶେଣ୍ଢର ଗୋବର।” ଏମିତି ରୋଚକ ଢଙ୍ଗରେ […]

c555 copy

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 09:23 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗଲାକାଲି ମୁଁ ଭାଜପାରେ ମିଶିବି ବୋଲି କହିବା ପରେ ଗଣମାଧ୍ୟମ ଭାଇମାନେ ମୋତେ ପୁରା ଚିପୁଡି ଦେଇଛନ୍ତି। ମୁଁ ଭାବିଥିଲି, ମୁଁ କୋଉ ଗାଈର ଗୋବର ଯେ, ମୁଁ ଗୋଟେ ଜାଗାରୁ ଆଉ ଗୋଟିଏ ଯିବି, ମେତେ କିଏ ଅନଉଛି । କିନ୍ତୁ ଆଜ୍ଞା ଏ ଗାଈର ଗୋବରକୁ ଏତେ ଦୃଷ୍ଟି ଥିଲା ବୋଲି ମୁଁ ଜାଣି ନ ଥିଲି। ଆଜି ଜାଣୁଛି ମୁଁ ଗାଈର ନୁହେଁ ଶେଣ୍ଢର ଗୋବର।”

ଏମିତି ରୋଚକ ଢଙ୍ଗରେ ନିଜ ବକ୍ତବ୍ୟ ଦେଇ ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଅଭିନେତା ମିହିର ଦାସ। ଯାହାକୁ ଶୁଣି ଦଳୀୟ କର୍ମୀ ଓ ମିହିରଙ୍କ ପ୍ରଶଂସକମାନେ ହସି ହସି ବେଦମ୍‌ ହୋଇଛନ୍ତି। ମିହିର ଆହୁରି ମଧ୍ୟ କହିଛନ୍ତି, “ଆଗରେ ଜଗା ଜଗିଛି ଓ ପଛରେ ଖଣିଖାଦାନ ଭର୍ତ୍ତି ହୋଇ ରହିଛି। ଏହା ସତ୍ତ୍ୱେ ଓଡ଼ିଶା ପଛୁଆ ବୋଲି ପ୍ରଚାର କରାଯାଉଛି। ଆମେ କାହିଁକି ଆଗୁଆ ହେବା ନାହିଁ? ଆମର କଣ ଅସୁବିଧା ରହିଲା? ସବୁ ଥାଇ ଧୁଳା ଉଡାଇଦେଲେ। ଏମାନେ ଚାହୁଁଛନ୍ତି ଆମେ ଗରିବ ହୋଇ ରହିଲେ ତାଙ୍କର ବହୁତ ଫାଇଦା ମିଳିବ।”

ଶନିବାର ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଭାଜପାରେ ଯୋଗ ଦେଇଛନ୍ତି। ବିଧିବଦ୍ଧ ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁହେଁ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ମିହିର ବିଜେଡିରେ ସାମିଲ ହୋଇଥିବା ବେଳେ ଏଥର ଦଳ ବଦଳାଇ ରାଜନୀତିରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅନୁ ଅଭିନୟରୁ ଆସି ରାଜନୀତିରେ ପାଳି ଆରମ୍ଭ କରିଛନ୍ତି। ଶନିବାର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ଦୁଇଙ୍କ ବ୍ୟତୀତ ଦେଖିବାକୁ ମିଳିଥିଲେ ପୂର୍ବତନ ସତ୍ୟବାଦୀ ବିଧାୟକ ରମାରଞ୍ଜନ ବଳିଆର ସିଂ। ଏହି ୩ ଭେଟେରାନ୍‌ଙ୍କ ଲାଗି ଭାଜପା ଶିବିରରେ ନୂଆ ଆଲୋଡନ ସୃଷ୍ଟି ହୋଇଛି।

Related story